ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ବଦଳିଲା ପାଣିପାଗ: ଆଜିଠୁ ବଢିବ ବର୍ଷା ପରିମାଣ

ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ବଦଳିଲା ପାଣିପାଗ। ଆଜିଠୁ ବଢିବ ବର୍ଷା ପରିମାଣ। ବଙ୍ଗୋପସାଗରରୁ ରାଜ୍ୟକୁ ଉଷ୍ଣ ଜଳୀୟ ବାଷ୍ପ ପୂର୍ଣ୍ଣ ପ୍ରବାହିତ ହେଉଛି। ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟାରେ ଉତ୍ତର ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ବିଜୁଳ ଓ ଘଡ଼ଘଡ଼ି ସହ ବର୍ଷା ହେବ। ଉତ୍ତର ଓଡ଼ିଶା ଅଧିକାଂଶ ଓ ଦକ୍ଷିଣ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ସହ ଗୋଟିଏ ୨ଟି ସ୍ଥାନରେ କୁଆପଥର ମାଡ଼ ହେବାର ସମ୍ଭାବନା ରହିଛି। ୫ତାରିଖରୁ ପାଗ ପୁଣି ସ୍ୱାଭାବିକ ହେବା ସହ ଶୁଖିଲା ରହିବ। ରାତିର ତାପମାତ୍ରା ସ୍ୱାଭାବିକ ତାପମାତ୍ରା ୩ରୁ ୪ ଡିଗ୍ରୀ କମିବ ସାମାନ୍ୟ ହ୍ରାସ ପାଇବା ସମ୍ଭାବନା ରହିଛି। ଫଳରେ ୫ତାରିଖରୁ ପୁଣି ରାଜ୍ୟକୁ ଶୀତ ଫେରିବ ବୋଲି କୁହାଯାଇଛି।