କୂଅ ଭିତରେ ପଡିଲା ହାତୀ ଛୁଆ, ୧୦ ଘଣ୍ଟାର ପରିଶ୍ରମ ପରେ ଉଦ୍ଧାର କଲା ବନବିଭାଗ

ସମ୍ବଲପୁର ବନଖଣ୍ଡ ବସିଆପଡା ଗାଁ ମୁଣ୍ଡରେ ଥିବା ଏକ ଖୋଲା କୂଅରେ ହାତୀ ଛୁଆଟି ପଡିଯାଇଥିଲା । ପାଖାପାଖି ୧୦ ଘଣ୍ଟାର ପରିଶ୍ରମ ପରେ ଉଦ୍ଧାର କଲା ବନବିଭାଗ ।

ସମ୍ବଲପୁର (କେନ୍ୟୁଜ): ଖୋଲା କୂଅରେ ପଡିଲା ଛୁଆ ହାତୀ । ପାଖାପାଖି ୧୦ ଘଣ୍ଟାର ପରିଶ୍ରମ ପରେ ଉଦ୍ଧାର କଲା ବନବିଭାଗ । ସମ୍ବଲପୁର ବନଖଣ୍ଡ ବସିଆପଡା ଗାଁ ମୁଣ୍ଡରେ ଥିବା ଏକ ଖୋଲାକୂଅରେ ହାତୀ ଛୁଆଟି ପଡିଯାଇଥିଲା । ଗତକାଲି ରାତିରେ ୫ ଟିକିଆ ହାତୀପଲ ବସିଆପଡା ଦେଇ ଯାଉଥିବାବେଳେ ଛୁଆ ହାତୀଟି ଖୋଲା କୂଅରେ ପଡିଯାଇଥିଲା। ଛୁଆ ହାତୀଟି କୂଳଅରେ ପଡିବା ପରେ ଉପଦ୍ରବ କରିଥିଲେ ହାତୀପଲ ।

ପରେ ହାତୀପଲ ଜଙ୍ଗଲ ମୁହାଁ ହେବା ପରେ ବନବିଭାଗ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଜେସିବି ସାହାଯ୍ୟରେ କୂଅର ଏକ ପଟକୁ ଭଙ୍ଗାଯାଇ ହାତୀକୁ ଉଦ୍ଧାର କରାଯାଇଥିଲା । ଉଦ୍ଧାର ପରେ ହାତୀ ଝଛୁଆଟି ନିକଟସ୍ଥ ଜଙ୍ଗଲକୁ ପଳାଇଥିବା ଜଣାପଡିଛି। କୂଅରେ ପଡି ଫସି ରହିଥିବା ଏକ ଛୁଆ ହାତୀ କୁ ବହୁ ପରିଶ୍ରମ ପରେ କୂଅରୁ ଆଜି ସକାଳୁ ଉଦ୍ଧାର କରାଯାଇଥିବା ସୁଚନା ମିଳିଛି ।

ସୂଚନା ଅନୁସାରେ ଗତ ରାତିରେ ଏକ ୫ ଜଣିଆ ହାତୀ ପଳ ବସିଆପଡା ଦେଇ ଯାଉଥିବା ସମୟରେ ହାତୀ ପଲରେ ଥିବା ଦେଡରୁ ଦୁଇ ବର୍ଷିୟା ଏକ ଛୁଆ ହାତୀ ଅନ୍ଧାର ହୋଇଥିବାରୁ କୂଅରେ ପଡ଼ିଯାଇଥିଲା । ଏହି ଘଟଣା ପରେ ଅନ୍ଯ ହାତୀ ମାନେ ବସିଆପଡା ଗ୍ରାମରେ ଉପଦ୍ରବ କରିବା ଆରମ୍ଭ କରିଦେଇଥିଲେ । ତେଣେ ଆଜି ଭୋର ସକାଳୁ ଜନଗହଳି ହେବା ପରେ କୂଅ ନିକଟରେ ଛୁଆ ହାତୀ କୁ ଜଗି ରହିଥିବା ଅନ୍ଯ ହାତୀ ଗୁଡିକ ଜଙ୍ଗଳମୁହା ହେବା ପରେ ବନବିଭାଗ ଉଦ୍ଧାର କାର୍ଯ୍ଯ ଆରମ୍ଭ କରିଥିଲା । ବନବିଭାଗ ତୁରନ୍ତ କୂଅରେ ପଡ଼ିଥିବା ଛୁଆ ହାତୀଙ୍କୁ ଉଦ୍ଧାର କରିବାକୁ ଏକ ଜେସିବି ସାହାଯ୍ଯରେ କୂଅର ଏକ ପଟକୁ ଭଙ୍ଗାଯାଇ ଛୁଆ ହାତୀ ବା଼ହାରିବା ପାଇଁ ରାସ୍ତା ତିଆରି କରାଯାଇଥିଲା । ତେବେ ବହୁ ପରିଶ୍ରମ ପରେ ଆଜି ସକାଳ ପାଖାପାଖି ୭ ଟା ସମୟରେ କୂଅରେ ପଡିଥିବା ଛୁଆ ହାତୀ ଟି ଉଦ୍ଧାର ହୋଇ ନିକଟସ୍ଥ ଜଙ୍ଗଲକୁ ଯାଇଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.