ଜଙ୍ଗଲ ଛାଡି ଏୟାରପୋର୍ଟରେ ବୁଲୁଛି ଭାଲୁ, ହୋଇପାରିନି କାବୁ

ଜଙ୍ଗଲ ଛାଡ଼ି ଜୟପୁର ରେଳ ଷ୍ଟେସନ ଓ ଏୟାରପୋର୍ଟରେ ଘୁରି ବୁଲୁଛି ଭାଲୁ । ଭୟରେ ସହରବାସୀ । ଏକ ଭାଲୁ ଜୟପୁର ରେଳ ଷ୍ଟେସନ ପଟ୍ରି ଉପରେ ଘୁରି ବୁଲୁଥିବା ଦେଖିବାକୁ ମିଳିଛି ।

ଜୟପୁର (କେନ୍ୟୁଜ): ରେଳ ଷ୍ଟେସନ୍‌ ପରେ ଏବେ ଏୟାରପୋର୍ଟରେ ଭାଲୁ । ରାତିରେ ରେଲୱେ ଟ୍ରାକ ଆଉ ଦିନରେ ଏୟାରପୋର୍ଟର ମଜା ନେଉଛି ଭାଲୁ । ଦୁଇଦିନ ହେଲାଣି ଜୟପୁର ରେଳବାଇ ଟ୍ରାକ, ରେଳବାଇ କଲୋନୀରେ ଭାଲୁ ବୁଲୁଥିବା ଦେଖିବାକୁ ମିଳିଥିବା ବେଳେ ଏବେ ଏୟାରପୋର୍ଟରେ ଦେଖିବାକୁ ମିଳିଛି । ରେଳ ପାଇଁ ଅପେକ୍ଷା କରିଥିବା କିଛି ଯାତ୍ରୀ ନିଜ ଏହାର ମୋବାଇଲରେ ଭିଡ଼ିଓ ଉତ୍ତୋଳନ କରିଥିଲେ । ତିନିଦିନ ହେବ ଭାଲୁର ଲଗାତର ଚଳପ୍ରଚଳ ଯୋଗୁଁ ଭୟଭୀତ ଅଛନ୍ତି ଲୋକେ । ଭାଲୁ ଉପରେ ନଜର ରଖିଛି ଜଙ୍ଗଲ ବିଭାଗ । ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲରୁ ବାହାରି ସହର ରେଳ ଷ୍ଟେସନକୁ ଚାଲିଆସିଥିବା ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.