ଆତଙ୍କବାଦୀ ଷଡଯନ୍ତ୍ରକୁ ବିଫଳ କଲା ଭାରତୀୟ ସେନା, ଜଣେ ଆତଙ୍କବାଦୀ ସହିତ ୫ କିଲୋ ବୋମାକୁ ଠାବ୍‌ କରିଛି

ଜମ୍ମୁ କଶ୍ମୀର ପୁଲଓ୍ଵାମାରେ ପୋଲିସକୁ ବଡ ସଫଳତା । ଏଠାରୁ ୫ କିଲୋ ଆଇଇଡି ସହିତ ଜଣେ ଆତଙ୍କବାଦୀକୁ ଗିରଫ କରିଛି ଭାରତୀୟ ସେନା।

ଜମ୍ମୁ କଶ୍ମୀର ପୁଲଓ୍ଵାମାରେ ପୋଲିସକୁ ବଡ ସଫଳତା । ଏଠାରୁ ୫ କିଲୋ ଆଇଇଡି ସହିତ ଜଣେ ଆତଙ୍କବାଦୀକୁ ଗିରଫ କରାଯାଇଛି । ବହୁତ ବଡ ଆତଙ୍କବାଦୀ ଷଡଯନ୍ତ୍ରକୁ ବିଫଳ କରିଛି ଭାରତୀୟ ସେନା। ନଚେତ ଆଉ ଏକ ବଡ ବିସ୍ଫୋରଣ ହୋଇଥାନ୍ତା, ଆଉ ଯବାନଙ୍କ ଜୀବନ ବଳିଦାନ ଦେବାକୁ ପଡିଥାନ୍ତା ।

ଜମ୍ମୁ କଶ୍ମୀର ପୁଲୱାମାର ଏକ ସ୍ଥାନରୁ ୫ ରୁ ୬ କିଲୋଗ୍ରାମ ଓଜନର ବୋମା ଉଦ୍ଧାର ହୋଇଛି । ଆତଙ୍କବାଦୀଙ୍କ ସହଯୋଗୀ ପୁଲୱାମାର ଆରିଗାମ ନିବାସୀ ଇଶଫାକ ଅହମ୍ମଦ ୱାନିଙ୍କୁ ଗିରଫ କରାଯାଇଛି ବୋଲି କଶ୍ମୀର ପୋଲିସ କହିଛି । ଏଥିପାଇଁ ଏକ ମାମଲା ରୁଜୁ ହୋଇଛି ଏବଂ ତଦନ୍ତ ଚାଲିଛି।

ରାଜୌରୀ କାଳନ୍ଦୀ ଜଙ୍ଗଲ ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣର କିଛି ଦିନ ପରେ ଆଇଇଡି ର ସାମଗ୍ରୀ ପୁନରୁଦ୍ଧାର କାର୍ଯ୍ୟ ଚାଲିଥିଲା । ଏହି ସମୟରେ ପୋଲିସ ଚଢଉ କରି ବୋମା ଜବତ କରିଛି । ତେବେ ଆଗାମୀ ଦିନରେ ହେବାକୁ ଥିବା ଜି-୨୦ ବୈଠକ ପୂର୍ବରୁ ସୁରକ୍ଷାବଳ ଗାଡି ଉପରେ ଆକ୍ରମଣ କରିବାର ଯୋଜନା କରାଯାଉଥିଲା । ତେବେ ଏହା ପୂର୍ବରୁ ପୋଲିସକୁ ବଡ ସଫଳତା ମିଳିଛି ।

ସୂଚନାଯୋଗ୍ୟ, ଜମ୍ମୁ ଓ କଶ୍ମୀରର ବାରମୂଳା ଜିଲ୍ଲାରେ ସୁରକ୍ଷାବଳ ଓ ଆତଙ୍କବାଦୀମାନଙ୍କ ମଧ୍ୟରେ ଗୁଳି ବିନିମୟ ଘଟିବାରୁ ୨ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ସେମାନଙ୍କ ଠାରୁ ଗୋଟିଏ ଏକେ ୪୭ ରାଇଫଲ, ଗୋଟିଏ ପିସ୍ତଲ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । କୁପୱାରାରେ ହୋଇଥିବା ଅପରେସନରେ ମଧ୍ୟ ଦୁଇ ଆତଙ୍କବାଦ ନିହତ ହୋଇଥିଲେ । ଏହି ଅଞ୍ଚଳରେ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି । ଏହି ଆକ୍ରମଣ ସମୟରେ ଏସସିଓ ବୈଠକ ପାଇଁ ପାକିସ୍ତାନ, ଚୀନ ସମତେ ଅନେକ ଦେଶର ବିଦେଶ ମନ୍ତ୍ରୀ ଭାରତରେ ଉପସ୍ଥିତ ରହିଥିଲେ । ତେବେ ପାକିସ୍ତାନ ଏପରି ଷଡଯନ୍ତ୍ର କରିପାରେ ବୋଲି ଅନୁମାନ କରାଯାଉଛି । ଆତଙ୍କବାଦୀ-ସୁରକ୍ଷାବଳ ଏନ୍‌କାଉଣ୍ଟରରେ ୫ ଯବାନ ସହିଦ ହେବା ପରେ ଚାଲିଥିଲା ଅପରେସନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.