ଚାକିରି ଦେବାକୁ କହି କୋଟିଏରୁ ଅଧିକ ଟଙ୍କାର ଠକେଇ ଅଭିଯୋଗ, STF ହାତରେ ଧରାପଡିଲା ନକଲି ଭିଜିଲାନ୍ସ SP

କ୍ରାଇମବ୍ରାଞ୍ଚ STF ହାତରେ ଧରାପଡିଲା ଠକ । ଭିଜିଲାନ୍ସ SP ବୋଲି ପରିଚୟ ଦେଇ କରୁଥିଲା ଭାଣ୍ଡାମି । ଗିରଫ ଅଭିଯୁକ୍ତର ନାଁ ମନୋଜ ମାଝୀ। ଇଞ୍ଜିନିୟର, କଣ୍ଟ୍ରାକ୍ଟରଙ୍କୁ ଦେଉଥିଲା ଖୋଲାଖୋଲି ଧମକ । ASO ଚାକିରି ଦେବାକୁ କହି ଲୁଟିଛି ଟଙ୍କା ।

ଭୁବନେଶ୍ୱର (କେନ୍ୟୁଜ): କ୍ରାଇମବ୍ରାଞ୍ଚ STF ହାତରେ ଧରାପଡିଲା ଠକ । ଭିଜିଲାନ୍ସ SP ବୋଲି ପରିଚୟ ଦେଇ କରୁଥିଲା ଭାଣ୍ଡାମି । ଇଞ୍ଜିନିୟର, କଣ୍ଟ୍ରାକ୍ଟରଙ୍କୁ ଦେଉଥିଲା ଖୋଲାଖୋଲି ଧମକ । ASO ଚାକିରି ଦେବାକୁ କହି ଲୁଟିଛି ଟଙ୍କା । ସରକାରୀ ଚାକିରିଆ ହୁଅନ୍ତୁ ବା ଠିକାଦାର ଅଥବା NGO । ଭିନ୍ନ ଭିନ୍ନ ଅଫିସରଙ୍କ ପରିଚୟ ଦେଇ ଠକୁଥିବା ଜଣେ 420 ଠକକୁ ଗିରଫ କରିଛି STF ।

ଗିରଫ ଅଭିଯୁକ୍ତର ନାଁ ମନୋଜ ମାଝୀ। ଘର ପୁରୀ କୃଷ୍ଣପ୍ରସାଦ । ଠକ ବେଶ ଉଚ୍ଚ ଶିକ୍ଷିତ । କେମେଷ୍ଟ୍ରିରେ ପିଜି କରିଛି ଠକ। ଭିଜିଲାନ୍ସ Sp ଭାବେ ମାଇଁନୀଙ୍ଗ କର୍ପୋରେସନ MD , works department ମୁଖ୍ୟ, PD drda ଖୋର୍ଦ୍ଧା, R&B executive engineer ଭଳି ବରିଷ୍ଠ ଅଧିକାରୀଙ୍କୁ ଛଦ୍ମ ନାମରେ ଫୋନ କରୁଥିଲା ଏହି ଦଲାଲ । ASO ଚାକିରି କରାଇବାକୁ କହି ୧୫ ଲକ୍ଷ ଠକେଇ କରିଛି। ତା ଘରୁ କିଛି ଆଡ଼ମିଟ କାର୍ଡ ମଧ୍ୟ ମିଳିଛି । ଅଭିଯୁକ୍ତକୁ ଏହି ଧନ୍ଦାରେ ଅନ୍ୟ ୪ ରୁ ୫ ଜଣ ସହଯୋଗ କରିଥିଲେ। ଖୁବଶୀଘ୍ର ମନୋଜର ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଯିବ । ଜଣେ ଅତିରିକ୍ତ ଚିଫ ଇଞ୍ଜିନିୟର ଙ୍କୁ ୧ କୋଟି ଟଙ୍କା ମାଗୁଥିବା ବେଳେ ଅଭିଯୁକ୍ତ ସମ୍ପର୍କରେ STF ନିକଟରେ ଅଭିଯୋଗ ପହଞ୍ଚିଥିଲା । ଆବଶ୍ୟକସ୍ଥଳେ ତାକୁ ରିମାଣ୍ଡ ରେ ଆଣିପାରେ STF ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.