ଜଙ୍ଗଲରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତଦେହ: ମଙ୍ଗଳବାରରୁ ଥିଲେ ନିଖୋଜ

ଜଙ୍ଗଲ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର ହୋଇଛି। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ତାମସା ଗାଁ ନିକଟ ଏମଭି ୭ ନୀଳଗିରି ଜଙ୍ଗଲରେ।

ମାଲକାନଗିରି (କେନ୍ୟୁଜ): ଜଙ୍ଗଲ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର ହୋଇଛି। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ତାମସା ଗାଁ ନିକଟ ଏମଭି ୭ ନୀଳଗିରି ଜଙ୍ଗଲରେ। ମୃତକଦ୍ୱୟ ହେଲେ ନବୀନ ମାଡକାମୀ ଓ ନନ୍ଦେ ମାଡକାମୀ।

ସୂଚନା ଅନୁଯାୟୀ ଉଭୟଙ୍କ ପରିବାର ଲୋକେ ଏହି ପ୍ରେମକୁ ବୁଝି ପାରି ନ ଥିଲେ। ସେମାନେ ଝିଅର ବିବାହ ଅନ୍ୟତ୍ର ସ୍ଥିର କରି ଦେଇଥିଲେ। ବୁଧବାର ନନ୍ଦେଙ୍କର ବାହାଘର ହୋଇଥାନ୍ତା। କିନ୍ତୁ ଏହାକୁ ଗ୍ରହଣ କରିପାରିଲେନି ନବୀନ ଓ ନନ୍ଦେ। ଏହା ପରେ ଦୁହେଁ ୩ ଦିନ ହେବ ନିଖୋଜ ଥିଲେ। ଘର ଲୋକେ ବହୁ ଖୋଜା ଖୋଜି କରିବା ପରେ ପାଇ ନଥିଲେ। ଆଜି ସକାଳେ ପ୍ରେମୀଯୁଗଳଙ୍କ ମୃତଦେହ ଠାବ ହୋଇଥିଲା ଜଙ୍ଗଲରୁ ଦୁର୍ଘନ୍ଧ ବହାରିବାରୁ ସ୍ଥାନୀୟ ଲୋକେ ଯାଇ ଦେଖିଲା ବେଳେ ଦୁଇ ଜଣକ ମୃତଦେହ ପଡିଛି।
ଉଭୟେ ବିଷପିଇ ଆତ୍ମହତ୍ୟା କରିଥିବା କୁହାଯାଉଛି। ଘଟଣାସ୍ଥଳରେ ମାଲକାନଗିରି ଥାନା ପୁଲିସ ପହଞ୍ଚି ଣବ ଜବତ କରିଛି। ଏଣେ ସାଇଣ୍ଟିଫିକ୍ ଟିମ୍ ତଦନ୍ତ ଆରମ୍ଭ କରିଛି।