ନବଜୋତ ସିଂ ସିଦ୍ଧୁଙ୍କ ପତ୍ନୀଙ୍କୁ ଷ୍ଟେଜ୍‌-୨ କ୍ୟାନ୍ସର, ଜେଲ୍‌ରେ ଥିବା ସ୍ୱାମୀଙ୍କ ଉଦ୍ଦେଶ୍ୟରେ ଲେଖିଲେ ଏହି ଦୁଃଖପୂର୍ଣ୍ଣ ପୋଷ୍ଟ୍‍

ସିଦ୍ଧୁଙ୍କ ପତ୍ନୀ ନବଜୋତ କୌର ସିଦ୍ଧୁ ଷ୍ଟେଜ୍‌-୨ ଘାତକ କର୍କଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ସେ ନିଜେ ଏ ନେଇ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି ଏବଂ ଜେଲ୍‌ରେ ଥିବା ସ୍ୱାମୀଙ୍କ ପାଇଁ ଲେଖିଛନ୍ତି ଅତ୍ୟନ୍ତ ଦୁଃଖପୂର୍ଣ୍ଣ ପୋଷ୍ଟ୍‍।

କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କ ପତ୍ନୀ ନବଜୋତ କୌର ସିଦ୍ଧୁ ଷ୍ଟେଜ୍‌-୨ ଘାତକ କର୍କଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ନବଜୋତ କୌର ସିଦ୍ଧୁ ନିଜେ ଟ୍ଵିଟ୍‌ କରି ଏ ବିଷୟରେ ସୂଚନା ଦେଇଛନ୍ତି ଏବଂ କହିଛନ୍ତି ଯେ ତାଙ୍କୁ ଷ୍ଟେଜ୍-୨ କର୍କଟ ହୋଇଛି।

ସୂଚନାଥାଉ କି, ନବଜୋତ ସିଂ ସିଦ୍ଧୁ ବର୍ତ୍ତମାନ ପଞ୍ଜାବର ପଟିଆଲା ଜେଲରେ ଅଛନ୍ତି ଏବଂ ରୋଡ୍‌ରେଜ ମାମଲାରେ ଏକ ବର୍ଷର ଜେଲଦଣ୍ଡ ଭୋଗୁଛନ୍ତି। ନବଜୋତ୍‌ କୌର ଟ୍ୱିଟ୍ କରି ଲେଖିଛନ୍ତି, ‘ତାଙ୍କୁ ଷ୍ଟେଜ୍-୨ କ୍ୟାନ୍ସର ହୋଇଛି ଏବଂ ଏଥିପାଇଁ ସେ କାହାକୁ ଦାୟୀ କରିପାରିବେ ନାହିଁ, କାରଣ, ଏହା ଭଗବାନଙ୍କ ଇଚ୍ଛା’।

ନବଜୋତ ଟ୍ଵିଟ୍‌ରେ ଲେଖିଛନ୍ତି, ‘ସେ (ନବଜୋତ ସିଂ ସିଦ୍ଧୁ) ଏମିତି ଏକ ଅପରାଧ ପାଇଁ ଜେଲରେ ଅଛନ୍ତି, ଯାହା ସେ କରି ନାହାନ୍ତି। ଯେଉଁମାନେ ଏଥିରେ ସାମିଲ ଅଛନ୍ତି, ସମସ୍ତଙ୍କୁ କ୍ଷମା କରି ଦିଅନ୍ତୁ। ଜେଲ ବାହାରେ ପ୍ରତିଦିନ ଆପଣଙ୍କୁ ଅପେକ୍ଷା କରିବା ବୋଧହୁଏ ଆପଣଙ୍କ ଅପେକ୍ଷା ମୋତେ ଅଧିକ କଷ୍ଟ ଦେଉଛି। ସବୁବେଳେ ମୁଁ ଆପଣଙ୍କ ଯନ୍ତ୍ରଣା ସେୟାର କରିବାକୁ ଚେଷ୍ଟା କରୁଛି। ଜାଣେ କି, ଏ ସବୁ ବହୁତ ଖରାପ, କିନ୍ତୁ ଏଥିରେ କିଛି ସୁଧାର ହେଉଛି’।

ନବଜୋତ କୌର ଆହୁରି ଲେଖିଛନ୍ତି ଯେ ‘ବାରମ୍ବାର ଆପଣ ନ୍ୟାୟ ପାଇଁ ଗୁହାରି ଲଗାଇଲେ, କିନ୍ତୁ ନ୍ୟାୟ ମିଳିଲା ନାହିଁ ଏବଂ ମୁଁ ଆପଣଙ୍କୁ ଅପେକ୍ଷା କଲି। ସତ୍ୟ ବହୁତ ଶକ୍ତିଶାଳୀ, କିନ୍ତୁ ଏହା ପ୍ରତ୍ୟେକ ଥର ଆପଣଙ୍କ ପରୀକ୍ଷା ନେଉଛି। ଏହା କଳିଯୁଗ। କ୍ଷମା କରିବ, ଆପଣଙ୍କ ଅପେକ୍ଷା କରି ପାରିବି ନାହିଁ, କାରଣ, ମୋତେ ଷ୍ଟେଜ୍‌-୨ କ୍ୟାନ୍ସର। ଆଜି ଅସ୍ତ୍ରୋପଚାର କରାଯିବ। କାହାକୁ ଏଥିପାଇଁ ଦାୟୀ କରାଯିବା ଉଚିତ ନୁହେଁ, କାରଣ ଏହା ଈଶ୍ୱରଙ୍କ ଇଚ୍ଛା’।

ସେପଟେ ନବଜୋତ କୌରଙ୍କ ପୋଷ୍ଟ ଦେଖିବା ପରେ ପଞ୍ଜାବ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଅମରିନ୍ଦର ସିଂ ସେ ଜଲ୍‌ଦି ସୁସ୍ଥ ହେବାକୁ କାମନା କରିଛନ୍ତି।