ଭାରସାମ୍ୟ ହରାଇ ରାସ୍ତା କଡକୁ ଖସିଲା ବସ୍ ,୩ ଆହତ

ଯାତ୍ରୀବାହୀ ବସ୍ ଦୁର୍ଘଟଣା, ୩ ଆହତ । ଭାରସାମ୍ୟ ହରାଇ ରାସ୍ତା କଡକୁ ଖସିଲା ବସ୍ । ବସ୍ ଟି ବୁଗୁଡାରୁ ଝାରସୁଗୁଡା ଯାଉଥିବା ବେଳେ ରଘୁନାଥ ଦଶପଲ୍ଲା ସ୍ଥିତ ଶାଳଭଙ୍ଗା ନିକଟରେ ଦୁର୍ଘଟଣା ଗ୍ରସ୍ଥ ହୋଇଛି ।

ଦଶପଲ୍ଲା (କେନ୍ୟୁଜ): ଯାତ୍ରୀବାହୀ ବସ୍ ଦୁର୍ଘଟଣା, ୩ ଆହତ । ଭାରସାମ୍ୟ ହରାଇ ରାସ୍ତା କଡକୁ ଖସିଲା ବସ୍ । ବସ୍ ଟି ବୁଗୁଡାରୁ ଝାରସୁଗୁଡା ଯାଉଥିବା ବେଳେ ରଘୁନାଥ ଦଶପଲ୍ଲା ସ୍ଥିତ ଶାଳଭଙ୍ଗା ନିକଟରେ ଦୁର୍ଘଟଣା ଗ୍ରସ୍ଥ ହୋଇଛି । ବସ୍ ରେ ମୋଟ ୪୫ ଜଣ ଯାତ୍ରୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ଆହତ ହୋଇଛନ୍ତି ।

ସେପଟେ ଖବର ପାଇ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ୩ ଆହତଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ବାଣୀଗୋଛା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.