ଶୂନ୍ୟ ମୃତ୍ୟୁ ସପ୍ତାହ ଆରମ୍ଭରୁ ଦୁର୍ଘଟଣା, ଟ୍ରକକୁ ପଛରୁ ପିଟିଲା କାର୍; ଜଣେ ମୃତ ୪ଗୁରୁତର

ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ଭଦ୍ରକ ଗ୍ରାମାଞ୍ଚଳ ଥାନା ଗେଲପୁର ଛକ ନିକଟରେ ସଡ଼କ ଦୁର୍ଘଟଣା । ହାଇୱାକୁ କାର ଧକ୍କା ଦେବାରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି ।

ଭଦ୍ରକ (କେନ୍ୟୁଜ): ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ଭଦ୍ରକ ଗ୍ରାମାଞ୍ଚଳ ଥାନା ଗେଲପୁର ଛକ ନିକଟରେ ସଡ଼କ ଦୁର୍ଘଟଣା । ହାଇୱାକୁ କାର ଧକ୍କା ଦେବାରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି ।

ଗତକାଲି ବିଳମ୍ବିତ ରାତିରେ ଦୋବଲ ଉରୁସ ଉତ୍ସବକୁ କାରରେ ଯାଉଥିବା ବେଳେ ଗେଲପୁର ଗ୍ରୀଡ଼ ନିକଟରେ ହାଇୱା ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା କାର। ଫଳରେ ଘଟଣାସ୍ଥଳରେ ଏସ.କେ ସନୁୱରଙ୍କ ମୃତ୍ୟୁ ଘଟିଥିବା ବେଲେ ୪ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ପ୍ରଥମେ ଭଦ୍ରକ ଡାକ୍ତରଖାନା ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସମସ୍ତ ଗୁରୁତରଙ୍କ ଘର ପୁରୁଣା ବଜ଼ାର ଅଂଚଳରେ ବୋଲି ଜଣାପଡ଼ିଛି । ଘଟଣାସ୍ଥଳରେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସର ତଦନ୍ତ ଆରମ୍ଭ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.