ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଭାରସାମ୍ୟ ହରାଇ ଗଛକୁ ପିଟିଲା ଅଟୋ; ଜଣେ ମୃତ ,୫ ଗୁରୁତର, ୪ ଆହତ

କରଞ୍ଜିଆ (କେନ୍ୟୁଜ): ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତାକଡ଼ ଗଛକୁ ପିଟିଲା ଅଟୋ ଜଣେ ମୃତ୍ୟୁ ୫ଗୁରୁତର ୪ ଆହାତ । ଏପରି ଦୁଃଖଦ ଘଟଣା ସାମ୍ନା କୁ ଆସିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଲକ୍ଷ୍ମୀପୋଷି ଗାଁ ନିକଟରୁ । ଉକ୍ତ ଗାଁ ଜଙ୍ଗଲ ନିକଟରେ ଦ୍ରୁତ ଗତିରେ ଆସି ଏକ ଶାଳ ଗଛରେ ପିଟି ହବା ଯୋଗୁଁ ଘଟଣା ସ୍ଥଳରେ ଗାଡି ଡ୍ରାଇଭରଙ୍କ କୀର୍ତ୍ତନ ମହାନ୍ତ ଙ୍କ ମୃତ୍ୟୁ ହଇଥିବା ବେଳେ ୫ ଜଣ ଗୁରୁତର ୪ ଜଣ ଆହତ ହଇ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି ହଇଛନ୍ତି ।

ଏମାନେ ସମସ୍ତ ଘର ଠାକୁରମୁଣ୍ଡା ଥାନା ସିମଡିହା ଗ୍ରାମର। ଏକ ଅଟ ଯୋଗେ ସକାଳୁ ଶରତ ଯାଇ ନିଜ ଘରକୁ ଫେରୁଥିଲେ । ଅଗ୍ନିଶମ ବିଭାଗ କର୍ମଚାରୀ ଦୁର୍ଘଟଣା ସ୍ଥାନ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଲେକମାନଙ୍କୁ ଉଦ୍ଧାର କରିଥିଲେ । ଅନ୍ୟପକ୍ଷରେ ଠାକୁରମୁଣ୍ଡା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.