Below header

ଯାଜପୁର: ୪୮ ଘଣ୍ଟା ପାଇଁ ଚଣ୍ଡିଖୋଲ ବଜାର ସଟଡାଉନ ଘୋଷଣା କଲେ ସୁଙ୍ଗୁଡା ପଞ୍ଚାୟତ ସରପଞ୍ଚ 

ଯାଜପୁର(କେନ୍ୟୁଜ): ଜିଲ୍ଲାପାଳ କ୍ଷମତା ବ୍ୟବହାର କଲେ ଯାଜପୁର ଜିଲ୍ଲା ବଡଚଣା ବ୍ଲକ ସୁଙ୍ଗୁଡା ପଞ୍ଚାୟତର ସରପଞ୍ଚ  । ଆଜି ସଂଧ୍ୟା ୫ଟା ଠାରୁ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ସଂପୂର୍ଣ୍ଣ ପଞ୍ଚାୟତକୁ ସଟଡାଉନ ଘୋଷଣା କଲେ । ସୁଙ୍ଗୁଡା ପଞ୍ଚାୟତ ଅଧିନରେ ଜିଲ୍ଲାର ବ୍ୟସ୍ତବହୁଳ ଚଣ୍ଡିଖୋଲ ବଜାର ରହୁଥିବାରୁ ଏହା ମଧ୍ୟ ବନ୍ଦ ରହିବ । ପ୍ରବାସୀ ଓଡିଆମାନଙ୍କ ଫେରୁଥିବା ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଥିବା କହିଛନ୍ତି ସୁଙ୍ଗୁଡା ପଞ୍ଚାୟତର ସରପଞ୍ଚ ଚାଚାଲିନ ସ୍ୱାଇଁ ।

ପଞ୍ଚାୟତର ସମସ୍ତ ମେମ୍ବରମାନଙ୍କ ସହ ଆଲୋଚନା କରି ଜିଲ୍ଲାପାଳଙ୍କ ନିକଟକୁ ଏକ ପତ୍ର ପଠାଯାଇ ଅବଗତ କରାଯାଇଛି । ଆଜି ସଂଧ୍ୟା ୫ଟା ଠାରୁ ଏହା ଲାଗୁ ହୋଇ ଆସନ୍ତା ୧୫ତାରିଖ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଏହା ବଳବତର ରହିବ । ଏହି ସମୟରେ କେବଳ ଔଷଧ ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ସଟଡାଉନକୁ ସଫଳ କରିବା ପାଇଁ ଅଞ୍ଚଳବାସୀଙ୍କୁ ସରପଞ୍ଚ  ଶ୍ରୀମତୀ ସ୍ୱାଇଁ ନିବେଦନ କରିଛନ୍ତି । ଏଥିସହ କଟକଣା ନିୟମକୁ ଉଲ୍ଲଂଘନ କରାଗଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଜି ଆହୂତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

badachana ସେପଟେ ସୁଙ୍ଗୁଡା ସରପଞ୍ଚ ପଞ୍ଚାୟତକୁ ୪୮ଘଣ୍ଟା ପାଇଁ ସଟଡାଉନ ଘୋଷଣା କରିବା ପରେ ବଡ଼ଚଣା ବିଡ଼ିଓଙ୍କ ଚିଠିକୁ ନେଇ ଦ୍ଵନ୍ଦ। ଲୋକମାନଙ୍କୁ ବିଚଳିତ ହେବାର ଆଵଶ୍ୟକତା ନାହିଁ ବୋଲି ଚିଠିରେ ଉଲ୍ଲେଖ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.