ଆସନ୍ତା ୫ରେ ଅନ୍ତର୍ଜାତୀୟ ବିର୍ସାମୁଣ୍ଡା ହକି ଷ୍ଟାଡିୟମର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ, ଆରମ୍ଭ ହେବ ‘ମୋ ବସ୍‌ ସେବା’

ରାଉରକେଲା (କେନ୍ୟୁଜ):  ଆସନ୍ତା ୫ ତାରିଖରେ ଲୋକାର୍ପଣ ହେବ ଅନ୍ତର୍ଜାତୀୟ ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍‌ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ଗସ୍ତ କରି ହକି ଷ୍ଟାଡିୟମକୁ ଉଦ୍‌ଘାଟନ କରିବେ । ‘ମୋ ବସ୍‌ ସେବା’କୁ ମଧ୍ୟ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ସରିଛି ସମସ୍ତ ପ୍ରସ୍ତୁତି । ଷ୍ଟାଡିୟମର ଅନ୍ୟ ଯେଉଁ କାମ ବାକି ଅଛି ତାହା ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ।

ସହରରେ ଚାଲିଥିବା ସମସ୍ତ ବଡ଼ ବଡ଼ ନିର୍ମାଣ ଆସନ୍ତା ୫ ତାରିଖରୁ ବିଶ୍ୱକପ୍‌ ହକି ଶେଷ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ଠିକା ସଂସ୍ଥା ଏହାର ଖିଲାପ କରିବେ ସେମାନଙ୍କ ବିରୋଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆସନ୍ତା ୫ ତାରିଖରୁ ଏକ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଡ୍ରାଇଭ୍‌ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.