Below header

ମହାଦେବଙ୍କ ମନ୍ଦିରରୁ ବାହାରିଲା ନାଗ : ଶ୍ରଦ୍ଧାଳୁ କଲେ ପୂଜାର୍ଚ୍ଚନା

ଆନନ୍ଦପୁର (କେନ୍ୟୁଜ): ଚନ୍ଦ୍ରଶେଖର ମହାଦେବଙ୍କ ପିଠରେ ନାଗ ସାପ ଦେଖି ଶ୍ରଦ୍ଧାଳୁଙ୍କ ପୂଜାର୍ଚ୍ଚନା । ଘଷିପୁରା ବ୍ଲକ ଅନ୍ତର୍ଗତ ଅଳତି ଠାରେ ଥିବା ଚନ୍ଦ୍ରଶେଖର ମହାଦେବଙ୍କ ପିଠ ପରିସରରେ ଏକ ନାଗ ସାପ କୁ ନେଇ ସ୍ଥାନିୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିଲା। ମନ୍ଦିର ପୂଜକ ମନ୍ଦିରକୁ ଦେବନିତୀ କରିବାକୁ ଯିବା ସମୟରେ ମନ୍ଦିର ବେଢାରେ ସାପଟିକୁ ଦେଖି ସମସ୍ତଙ୍କୁ ଜଣାଇବା ପରେ ମନ୍ଦିର କୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିଲା ।

କିଛି ଶ୍ରଦ୍ଧାଳୁ ସାପଟିକୁ କ୍ଷୀର ପିଇବାକୁ ଦେଇ ପୂଜାର୍ଚ୍ଚନା ମଧ୍ଯ କରିଥିଲେ। ପରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ସାପଟିକୁ ସେଠାରୁ ଉଦ୍ଧାର କରାଯାଇ ପଟିଲୋ ଜଙ୍ଗଲରେ ଛାଡି ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.