ରୋଗରେ ବିରକ୍ତି ହୋଇ ୩ ମାସର ଝିଅକୁ ଛାତରୁ ଫିଙ୍ଗି ମାରିଦେଲା ମା’, ପୋଲିସ ପଚରାଉଚରା କରିବାରୁ ସତ ମାନିଲେ ମହିଳା

ମା’ ଏମିତି ଏକ ଶବ୍ଦ, ଯାହା ଦୁନିଆର ସବୁଠାରୁ ଅତି ଆପଣାର । ନିଜ ପିଲାର ସମସ୍ତ ଦୁଃଖ, କଷ୍ଟକୁ ନିଜେ ସହିଯିବାର ଶକ୍ତି ରଖିଥାଏ । ହେଲେ ଏହି ମା’ କେବେ କ’ଣ କୌଣସି ପିଲା ପାଇଁ ରାକ୍ଷସୀ ସାଜିପାରେ । ହୁଏତ ଆପଣଙ୍କ ନାଁ କହିବେ । କିନ୍ତୁ ଅହମଦାବାଦରେ ଏମିତି ଏକ ଘଟଣା ଘଟିଛି, ଯାହାକୁ ଜାଣିବା ପରେ ଆପଣ ମା’ ଉପରେ ସନ୍ଦେହ କରିବାକୁ ଲାଗିବେ । ୩ ମାସର ପିଲାକୁ ହସପିଟାଲର ତୃତୀୟ ମହଲାରୁ ଫିଙ୍ଗିଦେଇଛି ଜଣେ ମା’ । ଆଉ ସେହି ମହିଳାଙ୍କୁ ଏଭଳି ଜଘନ୍ୟ କାଣ୍ଡ ପାଇଁ ପୋଲିସ ଗିରଫ କରିଛି ।

ଖବର ମୁତାବକ, ଅହମଦାବାଦର ଆନନ୍ଦ ଜିଲ୍ଲାର ଉତ୍ତରାସଣ୍ଡାର ଏକ ହସପିଟାଲରେ ଫରଜାନାବାନୁ ଏକ ଶିଶୁକୁ ଜନ୍ମ ଦେଇଥିଲେ । ଅକ୍ଟୋବର ୫, ୨୦୨୨ରେ ଜନ୍ମଗ୍ରହଣ କରିଥିବା ପିଲାଟି କୌଣସି ରୋଗ ଯୋଗୁଁ ବାରମ୍ବାର ହସପିଟାଲରେ ଭର୍ତ୍ତି ହେଉଥିଲେ । ନିକଟରେ ଏହି ରୋଗ ଯୋଗୁଁ ହସପିଟାଲରେ ଭର୍ତ୍ତି ହୋଇଥିଲେ । ରବିବାର ଦିନ ସକାଳେ ପିଲାର ମା’ ପିଲା ଗାଏବ ହେବା ନେଇ କହିଥିଲେ । ମହିଳାଙ୍କ ସ୍ୱାମୀ ଆସିଫ ମିୟା ଶେଖ ହସପିଟାଲ କର୍ମଚାରୀଙ୍କୁ ପିଲାକୁ ଖୋଜିବା ପାଇଁ କହିଥିଲେ। ତା’ ପରେ ପୋଲିସକୁ ଖବର ଦେଇଥିଲେ ।

ଏହାପରେ ମୃତ ପିଲାର ବାପା ହସପିଟାଲର ସିସିଟିଭ ଫୁଟେଜ ଯାଞ୍ଚ କରିଥିଲେ । ଆଉ ସିସିଟିଭି ଫୁଟେଜରେ ଯାହା ଦେଖିଥିଲେ ନିଜ ଆଖକୁ ବିଶ୍ୱାସ କରିପାରିନଥିଲ । ସିସିଟିଭି ଫୁଟେଜରେ ମହିଳା ଜଣକ ଭୋର ୪ଟା ସମୟରେ ପିଲାଟିକୁ କୋଳରେ ଦେଇ ଓ୍ଵାର୍ଡ ବାହାରକୁ ଯାଉଥିଲେ । ଆଉ ଏକ ଖୁମ୍ବ ପାଖରେ ଛିଡା ହୋଇ ପିଲାକୁ ଫିଙ୍ଗିବା ପରେ ଖାଲି ହାତରେ ଓ୍ଵାର୍ଡକୁ ଫେରୁଛନ୍ତି । ତେବେ ଏହି ମାମଲାରେ ପୋଲିସ ମହିଳାଙ୍କୁ ଗିରଫ କରିବା ପରେ ସେ ସତ କହିଥିଲେ। ପରେ ହସପିଟାଲ କର୍ମଚାରୀ ପିଲାର ମୃତଦେହକୁ ଖୋଜି ପାଇଥିଲେ ।

ମହିଳା ଜଣକ କହିଥିଲେ, ପିଲାର ରୋଗ ଯୋଗୁଁ ବିରକ୍ତି ହୋଇଯାଇଥିଲେ । ଯେଉଁଥି ପାଇଁ ଏମିତି ପଦକ୍ଷେପ ନେଇଥିଲେ । ପିଲାଟି ଜନ୍ମ ପରେ ୧୫ ଦିନ ପାଇଁ ବଡୋଦରାର ଏକ ସରକାରୀ ହସପିଟାଲରେ ଚିକିତ୍ସିତ ହେଉଥିଲେ। ପୁଣି ତା’ ପରେ ୧୪ ଡିସେମ୍ବରରେ ପିଲାର ପେଟ ବଢୁଥିବାର ପରିବାର ଲୋକେ ଦେଖିବାକୁ ପାଇଥିଲେ । ତେବେ ସେଠାରେ ଜଣେ ଡାକ୍ତରଙ୍କୁ ଦେଖାଇବା ପରେ ସେ ଅହମଦାବାଦର ସରକାରୀ ହସପିଟାଲରେ ଭର୍ତ୍ତି କରିବା ପାଇଁ କହିଥିଲେ । ଆଉ ମହିଳା ଜଣକ ସେଠାରେ ପିଲାକୁ ଆଡମିଟ୍‌ କରିବା ପରେ ଗତ ରବିବାର ଦିନ ଭୋରୁ ଏଭଳି କାଣ୍ଡ ଘଟାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.