ଖୋର୍ଦ୍ଧା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ: ଗୁରୁଜଙ୍ଗରେ କୃତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ ଉତ୍ପାଦନ ଗବେଷଣା କେନ୍ଦ୍ରର କରିବେ ଉଦଘାଟନ

ସ୍ବାସ୍ଥ୍ୟ କ୍ଷେତ୍ରରେ ଯୋଡି ହେବ ନୂଆ ଅଧ୍ୟାୟ। ଗୁରୁଜଙ୍ଗରେ ଉଦଘାଟିତ ହେବ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଉତ୍ପାଦନ ଗବେଷଣା କେନ୍ଦ୍ର ।

ଖୋର୍ଦ୍ଧା (କେନ୍ୟୁଜ): ଖୋର୍ଦ୍ଧା ଗୁରୁଜଙ୍ଗରେ ଉଦଘାଟିତ ହେବ କୃତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ ଉତ୍ପାଦନ ଗବେଷଣା କେନ୍ଦ୍ର । ଆଜି ଖୋର୍ଦ୍ଧା ଗସ୍ତରେ ଯାଇ କୃତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ ଉତ୍ପାଦନ ଗବେଷଣା କେନ୍ଦ୍ରର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସୂଚନା ଅନୁସାରେ ୧୯୪୧ମସିହାରେ ଖୋର୍ଦ୍ଧା ଗୁରୁଜଙ୍ଗରେ ଗଢି ଉଠିଥିବା ଏକ ପ୍ରାଥମିକ ଶିକ୍ଷା କେନ୍ଦ୍ର ବନ୍ଦ ହୋଇ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଥିଲା। ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ପରେ ସେଠାରେ ଗଢି ଉଠିଛି ଏକ କୃତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ ଉତ୍ପାଦନ ଗବେଷଣା କେନ୍ଦ୍ର। ଯାହାକୁ ଉଦ୍ଘାଟନ କରିବାକୁ ଆଜି ସନ୍ଧ୍ୟା ୫ଟାରେ ଖୋର୍ଦ୍ଧା ଗସ୍ତରେ ଆସି ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ସେଥିପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି ବିଦ୍ୟାଳୟଟି ଗତ ୫ବର୍ଷ ତଳେ ବନ୍ଦ ହୋଇଯିବା ପରେ ଜରାଜୀର୍ଣ୍ଣ ଅବସ୍ଥା ରେ ପଡ଼ିଥିଲା। ବର୍ତ୍ତମାନ ସେଠାରେ ହେବାକୁ ଯାଉଛି ବିଜୁ ମହାବୀର ଜୟପୁର ଫୁଟ କେନ୍ଦ୍ର। ରାଜସ୍ଥାନ ଜୟପୁର ଏକ ସ୍ଵେଚ୍ଛାସବୀ ସଂସ୍ଥା ଦ୍ଵାରା ଏଠାରେ କୃତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ ସବୁ ପ୍ରସ୍ତୁତ ହେବ। ସେ ସଂପର୍କ ରେ ମଧ୍ୟ ଏକ ଗବେଷଣା ତାଲିମ କେନ୍ଦ୍ର ଚାଲିବ।

ଓଡ଼ିଶା ସରକାରଙ୍କ ସହଭାଗିତାରେ ଖୋର୍ଦ୍ଧା ଗୁରୁଜଙ୍ଗ ଠାରେ ଏହା ଆରମ୍ଭ ହେବାକୁ ଯାଉଛି। ଯାହାକୁ ଉଦ୍ଘାଟନ କରିବାକୁ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏକ ସାଧାରଣ ସଭାରେ ମଧ୍ୟ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଗସ୍ତକୁ ଆଖି ଆଗରେ ସୁରକ୍ଷା ବ୍ୟବସ୍ଥାକୁ ତନତନ୍ କରି ଯାଞ୍ଚ ଚାଲିଛି। ଖୋର୍ଦ୍ଧା ଏସ୍ଡ଼ିପିଓଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଚାଲିଛି ପ୍ରସ୍ତୁତି। ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟରୁ ସୁରକ୍ଷା ବ୍ୟବସ୍ଥା ସହିତ ସମସ୍ତ ପ୍ରକାର ପ୍ରସ୍ତୁତିକୁ ବୁଲି ଦେଖିଥିଲେ। ସଭାସ୍ଥଳରେ ହାଇ ସିକୁରିଟି ବ୍ୟବସ୍ଥା ପ୍ରସ୍ତୁତି ଚାଲିଛି। ଖୋର୍ଦ୍ଧା ବାସୀ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.