ଆଜି ସବୁଠୁ ଥଣ୍ଡା ସହର କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି, ୧୬ ସହରରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ

ଜାଡରେ ଥରୁଛି ସାରା ରାଜ୍ୟ । ଜାରି ରହିଛି ଶୀତ ଲହରି । ଆଜି ସବୁଠୁ ଥଣ୍ଡା ସହର ପାଲଟିଛି କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି । ସେଠାରେ ରାତିର ସର୍ବନିମ୍ନ ତାପମାତ୍ରା ୪.୬ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । ୧୬ ସହରରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍ ତଳେ ରେକର୍ଡ ହୋଇଛି ।

ଭୁବନେଶ୍ୱର(କେନ୍ୟୁଜ୍) : ଜାଡରେ ଥରୁଛି ସାରା ରାଜ୍ୟ । ଜାରି ରହିଛି ଶୀତ ଲହରି । ଆଜି ସବୁଠୁ ଥଣ୍ଡା ସହର ପାଲଟିଛି କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି । ସେଠାରେ ରାତିର ସର୍ବନିମ୍ନ ତାପମାତ୍ରା ୪.୬ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । ୧୬ ସହରରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍ ତଳେ ରେକର୍ଡ ହୋଇଛି ।

ସେମିଳିଗୁଡାରେ ୫.୬, ଫୁଲବାଣୀରେ ୬, ସୁନ୍ଦରଗଡ଼ ଜିଲ୍ଲା କିରେଇରେ ୭.୧, କୋରାପୁଟରେ ୭.୭, କେନ୍ଦୁଝରରେ ୭.୮, ଦାରିଙ୍ଗବାଡିରେ ୮, ଅନୁଗୁଳରେ ୮.୬ ଡିଗ୍ରୀ ରହିଥିଲା ରାତିର ସର୍ବନିମ୍ନ ତାପମାତ୍ରା । ୨୪ ଘଣ୍ଟାରେ ରାଜଧାନୀ ଭୁବନେଶ୍ବରରେ ସର୍ବନିମ୍ନ ତାପମାତ୍ରା ୧୩. ୪ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । ଆଜିଠାରୁ ରାଜ୍ୟରେ କମିପାରେ ଶୀତ ଲହରି । ଆଗାମୀ ୨-୩ ଦିନରେ ରାତ୍ରି ତାପମାତ୍ରାରେ ୨ରୁ ୩ ଡିିଗ୍ରୀ ଯାଏ ବୃଦ୍ଧି ସମ୍ଭାବନା ରହିଛି ।

ଫଳରେ ଶୀତରୁ ସାମାନ୍ୟ ଆଶ୍ବସ୍ତି ମିଳିପାରେ । ଆଜିଠୁ ଶୀତ ପ୍ରଭାବ କମିବା ସମ୍ଭାବନା ଥିଲେ ବି ଘନ କୁହୁଡ଼ିର ପ୍ରଭାବ ଜାରି ରହିବ । ଦୁଇ ଦିନ ଘନ କୁହୁଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । କେତେକ ଉପକୂଳ ସହ ପାର୍ଶ୍ବବର୍ତ୍ତୀ ଜିଲ୍ଲାଗୁଡ଼ିକୁ ଚେତାବନୀ ଜାରି ହୋଇଛି । ଆଜି ପାଇଁ ୧୩ ଜିଲ୍ଲା ଓ ଆସନ୍ତାକାଲି ପାଇଁ ୧୮ ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ୨୪ ତାରିଖ ସକାଳ ମଧ୍ୟରେ ଦୃଶ୍ୟମାନ ଦୂରତା ଗୋଟିଏରୁ ଦୁଇଟି ସ୍ଥାନରେ ୨୦୦ ମିଟରରୁ କମ୍ ସହ ଘନ କୁହୁଡ଼ି ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.