ଅନୁଗୋଳ ତୁରଙ୍ଗ ଗାଁରେ ୬ ଟିକିଆ ଦନ୍ତା ହାତୀଙ୍କ ଆତଙ୍କ

ଆଜି ଭୋରରୁ ଅନୁଗୋଳ ରେଞ୍ଜ ତୁରଙ୍ଗ ଗାଁର ଦେହୁରୀ ସାହିରେ ପଶିଛନ୍ତି ୬ଟି ଦନ୍ତା ହାତୀ। ଦେହୁରୀ ସାହିର ବାଉଁଶ ପୋଖରୀ ନିକଟରେ ଥିବା ଏକ ବୁଦାଳିଆ ଜଙ୍ଗଲରେ ରହିଛନ୍ତି ହାତୀ ।

ଅନୁଗୋଳ(କେନ୍ୟୁଜ): ଅନୁଗୋଳ ତୁରଙ୍ଗ ଗାଁରେ ୬ ଟିକିଆ ଦନ୍ତା ହାତୀ ଆତଙ୍କ। ଆଜି ଭୋରରୁ ଅନୁଗୋଳ ରେଞ୍ଜ ତୁରଙ୍ଗ ଗାଁର ଦେହୁରୀ ସାହିରେ ପଶିଛନ୍ତି ୬ଟି ଦନ୍ତା ହାତୀ। ଦେହୁରୀ ସାହିର ବାଉଁଶ ପୋଖରୀ ନିକଟରେ ଥିବା ଏକ ବୁଦାଳିଆ ଜଙ୍ଗଲରେ ରହିଛନ୍ତି ହାତୀ ।

ଗାଁରେ ହାତୀ ପଶିଥିବା ଜଣାପଡ଼ିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଯାଇଛି। ତଥାପି ତୁରଙ୍ଗ ଗାଁ ସମେତ ଅନୁଗୋଳ ସହରରୁ ବହୁ ଲୋକ ହାତୀ ଦେଖିବାକୁ ଭିଡ ଜମାଇଥିଲେ।

ଖବର ପାଇ ବନ ବିଭାଗ ଅଧିକାରୀ ସେଠାରେ ପହଞ୍ଚି ଲୋକଙ୍କୁ ହାତୀଙ୍କ ନିକଟକୁ ଯିବାକୁ ବାରଣ କରିଥିଲେ। ହାତୀପଲଙ୍କୁ ବନ ବିଭାଗ ଅଧିକାରୀ ଜଗି ରହିଥିବା ବେଳେ ବାଣ ଫୁଟାଇ ଓ ନିଆଁ ଲଗାଇ ହାତୀ ଘଉଡ଼ାଇବାକୁ ଉଦ୍ୟମ ଆରମ୍ଭ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.