Below header

ବାଇକରେ ଯାଉଥିବା ବେଳେ ପଛପଟୁ ଧକ୍କା ଦେଲା ଟ୍ରକ, ସ୍ବାମୀ ସ୍ତ୍ରୀ ମୃତ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଦମ୍ପତି ମୃତ । ବାଇକରେ ଯାଉଥିବା ବେଳେ ପୁରୁଣା କଟକ ସମ୍ବଲପୁର ରାସ୍ତାରେ ଘଟିଛି ଦୁର୍ଘଟଣା ।

ଆଠଗଡ଼ (କେନ୍ୟୁଜ): ସଡ଼କ ଦୁର୍ଘଟଣାରେ ସ୍ବାମୀ ସ୍ତ୍ରୀ ମୃତ । ବାଇକରେ ଯାଉଥିବା ବେଳେ ପୁରୁଣା କଟକ ସମ୍ବଲପୁର ରାସ୍ତାରେ ଘଟିଛି ଦୁର୍ଘଟଣା । ମୃତ ଦମ୍ପତି ଢେଙ୍କାନାଳ ଭାପୁର ଅଞ୍ଚଳର । ଆଜି ଭୋର ୫ ଟା ସମୟରେ ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଚନ୍ଦ୍ରଶେଖରପ୍ରସାଦ ଗ୍ରାମର ଚଣିଆ ବାରିକ ଏବଂ ସ୍ତ୍ରୀ କନ୍ତୋଲି ବାରିକ ଏକ ବିବାହ ଭୋଜି ସାରି ବାଇକ ଯୋଗେ ନିଜ ଘରକୁ ଫେରୁଥିଲେ । ତେବେ ରାସ୍ତାରେ ଏକ ଟ୍ରକ ପଛପଟୁ ତାଙ୍କ ଉପରେ ଚଢିଯିବାରୁ ସ୍ତ୍ରୀ ଛଟିକି ପଡ଼ି ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇ ମୃତ୍ୟୁବରଣ କରିଥିଲେ । ସ୍ୱାମୀ ଚଣିଆ ବାରିକଙ୍କୁ ଟ୍ରକଟି ପ୍ରାୟ ୧୦୦ ମିଟର ଘୋଷାଡି ନେବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଆଠଗଡ଼ ପୋଲିସ ପହଞ୍ଚି ତଦନ୍ତ କରୁଛି ।

ସୂଚନା ଅନୁସାରେ ଗତକାଲି ଭଦ୍ରକରେ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା । ୧୬ ନମ୍ବର ଜାତୀୟ ରାଜପଥ ନଳାଙ୍ଗ ନିକଟରେ ଟ୍ରକ୍କୁ ଧକ୍କା ଦେଲାଥିଲା ସ୍କୋର୍ପିଓ । ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଗୁରୁତର ହୋଇଛନ୍ତି । ସ୍କୋର୍ପିଓରେ କୋଲକାତାରୁ ପୁରୀ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।

ସେହିପରି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଚୂଡ଼ା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକ ଦୁଇ ଜଣଙ୍କ ଘର ବାଉଁଶିଆପଡ଼ା ନିକଟ ବନମାଳିପୁରୀ ଗାଁରେ । ଦୁଇ ଜଣ ଏକ ବାଇକ୍ରେ ଘରକୁ ଫେରୁଥିଲେ । ଏହି ସମୟରେ ଅଜଣା ଗାଡ଼ି ଧକ୍କା ଦେଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.