ତାଇୱାନରେ ଶକ୍ତିଶାଳୀ ଭୂକମ୍ପ ଝଟ୍‌କା, ସୁନାମୀ ଆଲର୍ଟ ଜାରି କଲା ଜାପାନ

ଭୂକମ୍ପରେ ଥରିଲା ତାଇୱାନ ରାଜଧାନୀ ତାଇପେଇ। ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୭ ଦଶମିକ ୪ ରେକର୍ଡ ହୋଇଛି । ଏପର୍ଯ୍ୟନ୍ତ ୪ ଜଣଙ୍କ ମୃତ୍ୟୁ ହୋଇଛି ।  ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି  ସୂଚନା ମିଳିଛି । ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ହୁଆଲିନ ସହର ।

ନୂଆଦିଲ୍ଲୀ : ଭୂକମ୍ପରେ ଥରିଲା ତାଇୱାନ ରାଜଧାନୀ ତାଇପେଇ। ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୭ ଦଶମିକ ୪ ରେକର୍ଡ ହୋଇଛି । ଏପର୍ଯ୍ୟନ୍ତ ୪ ଜଣଙ୍କ ମୃତ୍ୟୁ ହୋଇଛି ।  ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି  ସୂଚନା ମିଳିଛି । ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ହୁଆଲିନ ସହର । ଏକାଧିକ ସ୍ଥାନରେ ବଡ଼ ବଡ଼ ଅଟ୍ଟାଳିକା କ୍ଷତିଗ୍ରସ୍ତ ହୋଇଛି । ଜୋରସୋରରେ ଉଦ୍ଧାର କାର୍ଯ୍ୟ ଚାଲିଛି । ଘଟଣା ପରେ ଜାପାନରେ ସୁନାମୀ ଆଲର୍ଟ ଜାରି ହୋଇଛି। ସମୁଦ୍ରରେ ଦଶ ଫୁଟ ଉଚ୍ଚର ଜୁଆର ଆସିବା ଆଶଙ୍କା ରହିଛି ।

ସୂଚନା ଯୋଗ୍ୟ ମାର୍ଚ୍ଚ ୨୧ ତାରିଖରେ ମହାରାଷ୍ଟ ଓ ଅରୁଣାଚଳପ୍ରଦେଶରେ ଲାଗାତାର ଭାବେ ଦୁଇ ଦୁଇ ଥର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି କହିଥିଲା ଯେ ଅରୁଣାଚଳ ପ୍ରଦେଶରେ ଭିନ୍ନ ଭିନ୍ନ ସମୟରେ ଭୂକମ୍ପ ଅନୁଭୂତ ହୋଇଛି, ଯେଉଁଥିପାଇଁ ଲୋକମାନେ ଭୟଭୀତ ହୋଇଥିଲେ। ଏହି ଦୁଇଟି ଭୂକମ୍ପରେ କୌଣସି କ୍ଷୟକ୍ଷତିର ଘଟିନଥିଲା ।

ପ୍ରାୟ ୧୦ ମିନିଟ ବ୍ୟବଧାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ପ୍ରଥମ ଝଟକା ସକାଳ ୬ଟା ୮ ମିନିଟରେ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୪.୫। ଏହାପରେ ଦ୍ବିତୀୟ ଝଟକା ୬ଟା ୧୯ରେ ଅନୁଭୂତ ହୋଇଥିଲା। ରିକ୍ଚର ସ୍କେଲରେ ଏହାର ତୀବ୍ରତା ରହିଥିଲା ୩.୬। ଫଳରେ ଲୋକମାନେ ଭୟଭୀତ ହୋଇ ସଙ୍ଗେ ସଙ୍ଗେ ବାହାରକୁ ଚାଲି ଆସିଥିଲେ। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏହି ସୂଚନା ଦେଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.