ଆଜି ଆସିପାରେ ବିଜେଡିର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଫୋକସରେ ରହିଛି ଫାଇଭ୍ ‘ବି’

ବିଜେଡିର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ନେଇ ମାନସମନ୍ଥନ । ଆଜି କିମ୍ବା ଆସନ୍ତାକାଲି ବିଜେଡି ଘୋଷଣା କରିପାରେ ପ୍ରାର୍ଥୀ ତାଲିକା। ପ୍ରଥମ ପର୍ଯ୍ୟାୟରେ ୧୫ ସାଂସଦ ପ୍ରାର୍ଥୀଙ୍କ ନାଁ ଘୋଷଣା ସରିଛି । ବାକି ରହିଛି ଆଉ ୬ ଲୋକସଭା ଓ ୭୫ ବିଧାନସଭା ଆସନ ।

ଭୁବନେଶ୍ୱର (କେନ୍ୟୁଜ): ବିଜେଡିର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ନେଇ ମାନସମନ୍ଥନ ।  ଆଜି କିମ୍ବା ଆସନ୍ତାକାଲି ବିଜେଡି ଘୋଷଣା କରିପାରେ ପ୍ରାର୍ଥୀ ତାଲିକା ।  ପ୍ରଥମ ପର୍ଯ୍ୟାୟରେ ୧୫ ସାଂସଦ ପ୍ରାର୍ଥୀଙ୍କ ନାଁ ଘୋଷଣା ସରିଛି । ବାକି ରହିଛି ଆଉ ୬ ଲୋକସଭା ଓ ୭୫ ବିଧାନସଭା ଆସନ ।  ଆଜି ପୂର୍ବାହ୍ନରେ ବିଜେଡ଼ିର ମିଶ୍ରଣ ପର୍ବ ରହିଛି ।

ଏହା ଭିତରେ ବାକି ଆସନରେ ବିଜେଡି ପ୍ରାର୍ଥୀ ଚୂଡାନ୍ତ କରିସାରିଛି ।  କେବଳ ବିଧିବଦ୍ଧ ଘୋଷଣାକୁ ଅପେକ୍ଷା କରାଯାଇଛି ।  ଫୋକସରେ ରହିଛି ଫାଇଭ୍ ବି ।  ବ୍ରହ୍ମପୁର, ଭଦ୍ରକ, ବରଗଡ଼, ବାଲେଶ୍ବର ଓ ବଲାଙ୍ଗିର ସହ କେନ୍ଦୁଝର ଲୋକସଭାକୁ ନେଇ ବିଚାରବିମର୍ଶ ଚାଲିଛି ।  ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ବିଜେଡିର ମୁଖ୍ୟ ନିର୍ବାଚନୀ ରଣନୀତିକାର କାର୍ତ୍ତିକ ପାଣ୍ଡିଆନ ଭିନ୍ନ ଭିନ୍ନ ସମୀକରଣକୁ ନେଇ ଅଙ୍କ କଷୁଛନ୍ତି । ବରଗଡ଼, ବଲାଙ୍ଗିର, ଭଦ୍ରକ, ବାଲେଶ୍ଵର,ବ୍ରହ୍ମପୁର ଓ କେନ୍ଦୁଝର ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ କିଏ ହେଉଛନ୍ତି ତାକୁ ଅପେକ୍ଷା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.