ନାଳରୁ ମହିଳାଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌

ଯାଜପୁର ଟାଉନ(କେନ୍ୟୁଜ) : ଯାଜପୁର ଅନ୍ତର୍ଗତ ବିଂଝାରପୁର ଥାନା କପିଳା ଛକ ସୀମାଚତୁରୀ ନାଳରୁ ଜଣେ ନବବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । କ୍ଲାସ କରିବା ପାଇଁ କହି ଘରୁ ଆସି ନାଳକୁ ଡେଇଁପଡିଲେ। ଯାଜପୁର ଜିଲ୍ଲା ବିଂଝାରପୁର ଥାନା ପ୍ରୀତିପୁର ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା। ଗାଁର ବୀରକିଶୋରଙ୍କ ଝିଅ ମାନିନୀ ମାର୍କଣ୍ଡପୁର ଗାଁର ଶ୍ରୀକାନ୍ତ ଜେନାଙ୍କୁ ୬ ମାସ ତଳେ ବିବାହ କରିଥିଲେ । ମାନିନୀ ବାପଘର ରହି ପ୍ରତିଦିନ କମ୍ପ୍ୟୁଟର କ୍ଲାସ ପାଇଁ ଯାଇଥାନ୍ତି। ଆଜି କ୍ଲାସ ଯିବା ବାଟରେ ବନ୍ଧମୁଣ୍ଡା ପୋଲରେ ନିଜ ବ୍ୟାଗ ରଖି ସୀମାଚତୁରୀ ନାଳକୁ ଡେଇଁ ପଡ଼ିଥିଲେ। ବିଂଝାରପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଛେଦ ପାଇଁ ପଠାଇବା ସହ ତଦନ୍ତ କରୁଛି। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.