ବିଲରେ ଭାସୁଛି ଅଚିହ୍ନା ମହିଳାଙ୍କ ମୃତଦେହ, ହତ୍ୟା ପରେ ଫିଙ୍ଗିଦେଇଥିିବା ସନ୍ଦେହ

ବିଲରେ ଭାସୁଛି ଅଚିହ୍ନା ମହିଳାଙ୍କ ମୃତଦେହ । ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ । ବାଲେଶ୍ବର ଜିଲ୍ଲା ଖନ୍ତାପଡା ଥାନା ମହାରାଜପୁର ପଂଚାୟତ ମାଳିଗାଡିଆ ବିଲରେ ମହିଳାଙ୍କ ଗଳିତ ମୃତଦେହ ଭାସୁଛି । ମୃତକଙ୍କ ପରିଚୟ ମିଳିନାହିଁ ।

ବାଲେଶ୍ବର (କେନ୍ୟୁଜ): ବିଲରେ ଭାସୁଛି ଅଚିହ୍ନା ମହିଳାଙ୍କ ମୃତଦେହ । ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ । ବାଲେଶ୍ବର ଜିଲ୍ଲା ଖନ୍ତାପଡା ଥାନା ମହାରାଜପୁର ପଂଚାୟତ ମାଳିଗାଡିଆ ବିଲରେ ମହିଳାଙ୍କ ଗଳିତ ମୃତଦେହ ଭାସୁଛି । ମୃତକଙ୍କ ପରିଚୟ ମିଳିନାହିଁ ।

ମାଳିଗାଡିଆ ଗ୍ରାମବାସୀ ଆଜି ସକାଳେ ବିଲକୁ ଯାଇଥିବା ବେଳେ ଜଣେ ମହିଳାଙ୍କ ଉଲଗ୍ନ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏନେଇ ସେମାନେ ଖନ୍ତାପଡ଼ା ପୋଲିସ୍‌କୁ ସୂଚନା ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମହିଳାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ପାରିପାର୍ଶ୍ୱିକ ସ୍ଥିତିରୁ ମହିଳାଙ୍କ ମୃତଦେହ ୨,୩ ଦିନ ହେବ ସେଠାରେ ପଡ଼ିଥିବା ଜଣାଯାଇଛି। ମହିଳାଙ୍କୁ ହତ୍ୟା ପରେ କେହି ଦୁର୍ବୃତ୍ତ ଫିଙ୍ଗିଦେଇଥିିବା ଅନୁମାନ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.