Below header

ବିତ୍ତୀୟ ପରିଚାଳନାରେ ଦେଶରେ ବଡ଼ ବଡ ରାଜ୍ୟକୁ ପଛରେ ପକାଇଛି ଓଡ଼ିଶା, ସୃଷ୍ଟି କରିଛି ଉଦାହରଣ

ଦେଶରେ ଉଦାହରଣ ସୃଷ୍ଟି କରିଛି ରାଜ୍ୟର ବିତ୍ତୀୟ ପରିଚାଳନା । ଋଣ ହାର, ଅଣ ଟିକସ ରାଜସ୍ବ ଆଦାୟ ଆଦି ପ୍ରତ୍ୟକ କ୍ଷେତ୍ରରେ ଓଡ଼ିଶା ଦେଶର ବଡ଼ ବଡ ରାଜ୍ୟକୁ ପଛରେ ପକାଇଛି । ରିଜର୍ଭ ବ୍ୟାଙ୍କର ସଦ୍ୟ ରିପୋର୍ଟରେ ଶୀର୍ଷ ସ୍ଥାନ ଅଧିକାର କରିଛି ଓଡ଼ିଶା। ବିଭିନ୍ନ ରାଜ୍ୟର ବଜେଟ ଆକଳନକୁ ନେଇ RBI ପକ୍ଷରୁ ଏହି ରିପୋର୍ଟ ପ୍ରକାଶିତ ହୋଇଛି ।

କେନ୍ୟୁଜ(ବ୍ୟୁରୋ) : ଦେଶରେ ଉଦାହରଣ ସୃଷ୍ଟି କରିଛି ରାଜ୍ୟର ବିତ୍ତୀୟ ପରିଚାଳନା । ଋଣ ହାର, ଅଣ ଟିକସ ରାଜସ୍ବ ଆଦାୟ ଆଦି ପ୍ରତ୍ୟକ କ୍ଷେତ୍ରରେ ଓଡ଼ିଶା ଦେଶର ବଡ଼ ବଡ ରାଜ୍ୟକୁ ପଛରେ ପକାଇଛି । ରିଜର୍ଭ ବ୍ୟାଙ୍କର ସଦ୍ୟ ରିପୋର୍ଟରେ ଶୀର୍ଷ ସ୍ଥାନ ଅଧିକାର କରିଛି ଓଡ଼ିଶା। ବିଭିନ୍ନ ରାଜ୍ୟର ବଜେଟ ଆକଳନକୁ ନେଇ RBI ପକ୍ଷରୁ ଏହି ରିପୋର୍ଟ ପ୍ରକାଶିତ ହୋଇଛି ।

ଓଡ଼ିଶାର ଋଣଭାର ଦେଶରେ ସର୍ବନିମ୍ନ ଥିବା ବେଳେ ନିଜସ୍ବ ଅଣଟିକସ ରାଜସ୍ବ ସଂଗ୍ରହରେ ମଧ୍ୟ ଓଡ଼ିଶା ଶୀର୍ଷ ସ୍ଥାନ ଅଧିକାର କରିଛି । ଓଡ଼ିଶାର ଋଣଭାର ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଜିଏସଡିପିର ମାତ୍ର ୧୩ ଦଶମିକ ୯ ପ୍ରତିଶତ ରହିବ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି ।

ଯାହାକି ଦେଶର ସର୍ବନିମ୍ନ । ଫାଇଭ-ଟି ମଡେଲ ଗ୍ରହଣ ଫଳରେ ଓଡ଼ିଶା ଉଭୟ ଋଣ ପରିଚାଳନା ଏବଂ ରାଜସ୍ବ ଆଦାୟରେ ସମୃଦ୍ଧ ହୋଇଛି । ଆରବିଆଇ ରିପୋର୍ଟ ଅନୁଯାୟୀ, ୨୦୨୦-୨୧ରୁ ୨୦୨୨-୨୩ ମଧ୍ୟରେ ଓଡ଼ିଶାରେ ନିଜସ୍ବ ଅଣଟିକସ ରାଜସ୍ବ ଆଦାୟ ଦେଶରେ ସର୍ବାଧିକ ରହିଛି । ରାଜ୍ୟରେ ଏହା ମୋଟ ରାଜସ୍ବ ଆଦାୟର ପ୍ରାୟ ୨୭. ୮ ପ୍ରତିଶତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.