ଛକା ମାରି ମିଡିଆ ବକ୍ସ କାଚ ଭାଙ୍ଗିଦେଲେ ରିଙ୍କୁ ସିଂ, ଭୟରେ ଥରିଲେ ରିପୋର୍ଟର

ରିଙ୍କୁ ୧୯ ଓଭରର ଶେଷ ବଲରେ ଏମିତି ଛକା ମାରିଥିଲେ ଯେ, ମିଡିଆ ବକ୍ସରେ ବସିଥିବା ରିପୋର୍ଟର ଭୟରେ ଡରିଯାଇଥିଲେ । ରିଙ୍କୁଙ୍କ ଛକା ସିଧା ଯାଇ ମିଡିଆବକ୍ସର କାଚ ଭାଙ୍ଗି ଦେଇଥିଲା । ଫଳରେ ଅଳ୍ପକେ ବର୍ତ୍ତିଯାଇଥିଲେ ରିପୋର୍ଟସ ।

ପୁଣି କମାଲ କଲେ ରିଙ୍କୁ ସିଂ । ଭାରତ ହେଉ ଅବା ସାଉଥ ଆଫ୍ରିକା ସବୁଠି ଛକା ମାରି ଚର୍ଚ୍ଚାରେ ରିଙ୍କୁ । ସାଉଥ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟି୨୦ରେ ୩୯ ବଲରେ ୯ଟି ଚଉକା ଏବଂ ୨ଟି ଛକା ମାରି ୬୮ ରନ୍‌ କରିଥିଲେ ରିଙ୍କୁ । ରିଙ୍କୁ ୧୯ ଓଭରର ଶେଷ ବଲରେ ଏମିତି ଛକା ମାରିଥିଲେ ଯେ, ମିଡିଆ ବକ୍ସରେ ବସିଥିବା ରିପୋର୍ଟର ଭୟରେ ଡରିଯାଇଥିଲେ । ରିଙ୍କୁଙ୍କ ଛକା ସିଧା ଯାଇ ମିଡିଆବକ୍ସର କାଚ ଭାଙ୍ଗି ଦେଇଥିଲା । ଫଳରେ ଅଳ୍ପକେ ବର୍ତ୍ତିଯାଇଥିଲେ ରିପୋର୍ଟସ ।

ରିଙ୍କୁଙ୍କ ଏଭଳି ଛକା ଦେଖି ଫ୍ୟାନ୍ସ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି । ଏହି ସଟ୍‌ ଦେଖି ଫ୍ୟାନ୍ସ ଖୁସିରେ ଗଦଗଦ୍‌ ହେଇଯାଉଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରଲ ହେବାରେ ଲାଗିଛି ।

ସୂଚନା ମୁତାବକ, ଏବେ ଭାରତୀୟ ଟିମ୍‌ ସାଉଥ ଆଫ୍ରିକାରେ ଘରୋଇ ଦଳ ବିପକ୍ଷରେ ଟି୨୦ ସିରିଜ ଖେଳୁଛି । ପ୍ରଥମ ଟି୨୦ ମ୍ୟାଚ ବର୍ଷା ଯୋଗୁଁ ରଦ୍ଦ ହୋଇଯାଇଥିବା ବେଳେ ଦ୍ୱିତୀୟ ମ୍ୟାଚ ୫ ଓ୍ଵିକେଟରେ ହାରିଛି ଭାରତ । ଏହି ମ୍ୟାଚରେ ଭାରତ ବ୍ୟାଟିଂ କରୁଥିବା ବେଳେ ଦକ୍ଷିଣ ଆଫ୍ରିକାର ଅଧିନାୟକ ମାର୍କରମଙ୍କ ୧୯ ଓଭର ଶେଷ ବଲରେ ରିଙ୍କୁ ସିଂ ଏମିତି ଛକା ମାରିଥିଲେ ଯେ, ମିଡିଆ ବକ୍ସର କାଚ ଭାଙ୍ଗି ଯାଇଥିଲା । ଏହା ଦେଖି ଭିତରେ ବସିଥିବା ରିପୋର୍ଟର ସବୁ ଭୟଭୀତ ହୋଇଯାଇଥିଲେ । ଆଉ ଅଳ୍ପକେ ଏମାନେ ଆହତ ହେବାରୁ ବଞ୍ଚିଯାଇଥିଲେ । ରିଙ୍କୁ ସିଂ ୩୯ ବଲରେ ୯ଟି ଚଉକା ଏବଂ ୨ଟି ଛକା ମାରି ୬୮ ରନ୍‌ କରିଥିଲେ ।

ପ୍ରଥମେ ବ୍ୟାଟିଂ କରି ଭାରତ ୧୯.୩ ଓଭରରେ ୭ ଓ୍ଵିକେଟ ହରାଇ ୧୮୦ ରନ୍‌ କରିଥିଲା । ବର୍ଷା ଯୋଗୁଁ ଖେଳ ସ୍ଥଗିତ ହେବା ପରେ ଡିଏଲସ ନିୟମ ଅନୁଯାୟୀ ଦକ୍ଷିଣ ଆଫ୍ରିକାକୁ ବିଜୟ ପାଇଁ ୧୫ ଓଭରରେ ୧୫୨ ରନ୍‌ ଟାର୍ଗେଟ ଦିଆଯାଇଥିଲା । ଯାହାକୁ ଦଳ ୧୩.୫ ଓଭରରେ ୫ ଓ୍ଵିକେଟ ହରାଇ ହାସଲ କରିନେଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.