ଝିଅ ଲଗ୍ନ ପୂର୍ବରୁ ଜଳିଗଲା ଘର, ନଗଦ ଟଙ୍କା ସହ ଜଳି ପୋଡ଼ି ପାଉଁଶ ହେଲା ଲକ୍ଷାଧିକ ଟଙ୍କାର ସୁନା ଅଲଙ୍କାର

ଝିଅର ଲଗ୍ନ ପାଇଁ ଯାହା କିଛି ଥିଲା ସବୁକିଛି ନିଆାଁର ଜଳି ପୋଡି ପାଉଁଶ ହୋଇଗଲା । ଏନେଇ ଚିନ୍ତାରେ ପରିବାର ଲୋକେ । ଏମିତି ଘଟଣା ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଉତୁକୁଡା ପଂଚାୟତର ଉତୁକୁଡା ଗାଁରେ ଘଟିଯାଇଛି ।

ଝିଅର ଲଗ୍ନ ପୂର୍ବରୁ ଜଳିଗଲା ଘର । ସମସ୍ତ ଜିନିଷ ଜଳି ପୋଡ଼ି ପାଉଁଶ ହୋଇଯାଇଛି । ଘରର ଚିହ୍ନ ନାହିଁ । ସୁନା ଗହଣା ସାଙ୍ଗକୁ ନଗଦ ଟଙ୍କା ବି ଜଳିଯାଇଛି । ଦିନ କେଇଟାରେ ଝିଅର ବାହାଘର ହୋଇଥାନ୍ତା । ଲଗ୍ନ ପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ସରିଥିଲା । ଏଥିପାଇଁ ସୁନା ଗହଣା, ଶାଢ଼ୀ, ପିତ୍ତଳ କଂସା ବାସନ ମଧ୍ୟ କିଣା ସରିଥିଲା । କିନ୍ତୁ ଏ ସର୍ବଗିଳା ନିଆଁ କେଉଁଠିଥିଲା କେଜାଣି ହଠାତ ଘରକୁ ଜାଳି ପୋଡି ପାଉଁଶ କରିଦେଇଛି । ଝିଅର ବାପା ମା’ଙ୍କୁ ଚିନ୍ତା ଘାରିଲାଣି ଏବେ ଝିଅ ବାହାଘର କେମିତି ହେବ । ଗରିବ ଖଟିଖିଆ ଲୋକ ଏମାନେ କାମକୁ ଗଲେ ଘର ଚୁଲି ଜଳେ । ଧାର କରଜ କରି ଟଙ୍କା ଯୁଗାଡ଼ କରି ଝିଅ ଓ ଜ୍ୱାଇଁ ପାଇଁ ସୁନା ଅଳଙ୍କାର କିଣିଥିଲେ । କିନ୍ତୁ ସମସ୍ତ ସୁନା ଗହଣା ଜଳିଯାଇଛି ।

ଚାନ୍ଦବାଲି(କେନ୍ୟୁଜ): ଝିଅର ଲଗ୍ନ ପାଇଁ ଯାହା କିଛି ଥିଲା ସବୁକିଛି ନିଆାଁର ଜଳି ପୋଡି ପାଉଁଶ ହୋଇଗଲା । ଏନେଇ ଚିନ୍ତାରେ ପରିବାର ଲୋକେ । ଏମିତି ଘଟଣା ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଉତୁକୁଡା ପଂଚାୟତର ଉତୁକୁଡା ଗାଁରେ ଘଟିଯାଇଛି । ଗତକାଲି ବିଳମ୍ୱିତ ରାତିରେ ରବୀନ୍ଦ୍ର ରାଉତଙ୍କ ଘରେ ନିଆଁ ଲାଗି ତିନି ବଖରା ଘର ଜଳି ପୋଡି ପାଉଁଶ ହୋଇଯାଇଛି । ନିଆଁ ଲାଗିବା କାରଣରୁ ଘରେ ଥିବା ସମସ୍ତ ଘର କରଣା ସାମଗ୍ରୀ ସହ ଝିଅର ଲଗ୍ନ ପାଇଁ କିଣାଯାଇଥିବା ସୁନା ଅଳଙ୍କାର ସହ ନଗର ପଚାଶ ହଜାର ଟଙ୍କା ଜଳି ଯାଇଛି । ଏହା ସହ ଝିଅ ପାଇଁ କିଣାଯାଇଥିବା କଂସା ଓ ପିତଳ ଜିନିଷ ମଧ୍ୟ ଜଳି ପୋଡି ପାଉଁଶ ହୋଇଯାଇଥିବା ଅଭିଯୋଗ କରିଛନ୍ତି ପରିବାର ।

ତେବେ ରବୀନ୍ଦ୍ରଙ୍କ ଝିଅର ଲଗ୍ନ ହୋଇଥାନ୍ତା । ତେଣୁ ବାହାଘର ପାଇଁ ଝିଅ ଓ ଜ୍ବାଇଁ ପାଇଁ ସୁନା ଅଳଙ୍କାର ସମେତ ଆସବାପତ୍ର ଓ କିଛି ପିତଳ ସାମଗ୍ରୀ କିଣିଥିଲେ ରବୀନ୍ଦ୍ର । ହେଲେ ନିଆଁ ଲାଗିବା ପରେ ଘରୁ ସେସବୁ କାଢିବା ସମ୍ଭବ ହୋଇପାରିଲାନାହିଁ । ଦମକଳ ଆସି ନିଆଁକୁ ଆୟତ୍ତ କରିବା ପୂର୍ବରୁ ସବୁ କିଛି ଜଳିପୋଡି ନଷ୍ଟ ହୋଇଯାଇଥିଲା । ଏବେ ପରିବାର ଝିଅର ବାହାଘରକୁ ନେଇ ଚିନ୍ତାରେ ଅଛନ୍ତି ।

କେମିତି ଝିଅ ବାହାଘର କରିବେ ଏତେ ଟଙ୍କା କେମିତି ଯୋଗାଡ଼ ହେବ ସେନେଇ ରବୀନ୍ଦ୍ରଙ୍କୁ ଚିନ୍ତା ଘାରିଛି । ଗରିବ ଖଟିଖିଆ ଲୋକ ଏମାନେ । ଧାର କରଜ କରି ଟଙ୍କା ଯୋଗାଡ଼ କରିଥିଲେ ଝିଅ ବାହାଘର ପାଇଁ । କିନ୍ତୁ ନିଆଁ ଲାଗି ତାଙ୍କର ସମସ୍ତ କଷ୍ଟ ଅର୍ଜିତ ସୁନା ଗହଣା ପୋଡ଼ିଯାଇଛି । ଯଦି ତାଙ୍କୁ କିଛି ସାହାଯ୍ୟ ମିଳନ୍ତା ତେବେ ତାଙ୍କ ଝିଅ ବାହାଘର ସୁରୁଖୁରରେ ହୋଇପାରନ୍ତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.