Below header

ବାରରେ ଯୁବତୀଙ୍କ ମୃତ୍ୟୁ ଘଟଣା: ବୟଫ୍ରେଣ୍ଡକୁ ଲକ୍ଷ୍ମୀସାଗର ଥାନାରେ ଜେରା କରିଛି ପୋଲିସ

ସଞ୍ଜୟ ନାମକ ଯୁବକଙ୍କ ୧୬୧ ଧାରାରେ ବୟାନ ରେକର୍ଡ କରାଯାଇଛି । କେତେ ଦିନ ହେଲା ଶୁଭଲକ୍ଷ୍ମୀ ଙ୍କୁ ସେ ପ୍ରେମ କରୁଥିଲେ । ଉଭୟଙ୍କ ଭିତରେ ବ୍ରେକପ୍ ହୋଇଥିଲା କି । ଶୁଭଲକ୍ଷ୍ମୀ ଙ୍କୁ ସେ ଲଜ କୁ ଡାକି ଥିଲେ କି । ଏମିତି ତମାମ ଦିଗକୁ ନେଇ ପଚରାଉଚରା କରିଛି ପୋଲିସ ।

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱରର ଦୀପାଳି ବାରରେ ଯୁବତୀଙ୍କ ମୃତ୍ୟୁ ଘଟଣାରେ ବୟଫ୍ରେଣ୍ଡକୁ ଥାନାରେ ପଚରାଉଚରା । ଶୁଭଲକ୍ଷ୍ମୀଙ୍କ ସହ ସମ୍ପର୍କ ନେଇ ବୟଫ୍ରେଣ୍ଡକୁ ଜେରା । ବୟଫ୍ରେଣ୍ଡକୁ ଲକ୍ଷ୍ମୀସାଗର ଥାନାରେ ଜେରା କରିଛି ପୋଲିସ ।ସଞ୍ଜୟ ନାମକ ଯୁବକଙ୍କ ୧୬୧ ଧାରାରେ ବୟାନ ରେକର୍ଡ କରାଯାଇଛି । କେତେ ଦିନ ହେଲା ଶୁଭଲକ୍ଷ୍ମୀ ଙ୍କୁ ସେ ପ୍ରେମ କରୁଥିଲେ । ଉଭୟଙ୍କ ଭିତରେ ବ୍ରେକପ୍ ହୋଇଥିଲା କି । ଶୁଭଲକ୍ଷ୍ମୀ ଙ୍କୁ ସେ ଲଜ କୁ ଡାକି ଥିଲେ କି । ଏମିତି ତମାମ ଦିଗକୁ ନେଇ ପଚରାଉଚରା କରିଛି ପୋଲିସ ।

ଭୁବନେଶ୍ୱର ଦିପାଳୀ ହୋଟେଲ ରୁମରେ ଯୁବତୀଙ୍କ ମୃତ୍ୟୁ ନେଇ ଦିନକୁ ଦିନ ବଢୁଛି ସନ୍ଦେହ । ରମାଦେବୀ କଲେଜରେ ଯୁକ୍ତ ଦୁଇ କଳା ପାଠ ପଢୁଥିଲେ ଶୁଭଲକ୍ଷ୍ମୀ । ହେଲେ ଏଭଳି କାହିଁକି ତାଙ୍କର ହଠାତ୍ ମୃତ୍ୟୁ ହେଲା ସେ ନେଇ ପରିବାର ଲୋକେ ପ୍ରଶ୍ନ ଉଠାଇଛନ୍ତି । ସନ୍ଦେହ ଘେରରେ କିଛି ବାର କର୍ମଚାରୀ ଅଛନ୍ତି । ଯୁବତୀଙ୍କୁ କେହି ହୋଟେଲ ଡାକିଥିଲେ ନାଁ ସେ ନିଜେ ଏଠାକୁ ଆସିଥିଲେ ତାକୁ ନେଇ ପୁଲିସ ଅଧିକ ତଦନ୍ତ ଚଳାଇଛି । ସିଡିଆର ରିପୋର୍ଟ ଆସିବା ପରେ ଘଟଣାର ସତ ଜଣାପଡିବ ବୋଲି କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.