ଖୁବଶୀଘ୍ର କଳାହାଣ୍ଡିରୁ ଉଡ଼ିବ ବିମାନ, DGCA ପକ୍ଷରୁ ମିଳିଲା ଅନୁମତି

ଉତକେଲା ବିମାନ ବନ୍ଦରରୁ ବିମାନ ଉଡ଼ାଣ ନେଇ ଅନୁମତି ପରେ ଟ୍ବିଟ କରି ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯୋଗାଯୋଗ ବଢ଼ିବା ଦ୍ବାରା ପର୍ଯ୍ୟଟନ ଓ ଆର୍ଥିକ ବିକାଶ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

କେନ୍ୟୁଜ୍(ବ୍ୟୁରେ): ଖୁବଶୀଘ୍ର କଳାହାଣ୍ଡିରୁ ଉଡ଼ିବ ବିମାନ । କଳାହାଣ୍ଡିର ଉତକେଲା ବିମାନ ବନ୍ଦରରୁ ଭୁବନେଶ୍ବରକୁ ବିମାନ ଉଡ଼ିବ । ଏଥିପାଇଁ DGCA ପକ୍ଷରୁ ଅନୁମତି ମିଳିଛି । ଉତକେଲା ବିମାନ ବନ୍ଦରରୁ ବିମାନ ଉଡ଼ାଣ ନେଇ ଅନୁମତି ପରେ ଟ୍ବିଟ କରି ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯୋଗାଯୋଗ ବଢ଼ିବା ଦ୍ବାରା ପର୍ଯ୍ୟଟନ ଓ ଆର୍ଥିକ ବିକାଶ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେପଟେ ବିମାନ ଉଡ଼ାଣ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ।

କଳାହାଣ୍ଡିବାସୀଙ୍କ ଦୀର୍ଘ ଦିନର ସ୍ବପନ ପୂରଣ ହୋଇଛି । ଆଜି କଳାହାଣ୍ଡିର ପରିଚୟ ବଦଳିଛି । ମୁଖ୍ୟମନ୍ତ୍ରୀଙ୍କ ପାଇଁ କଳାହାଣ୍ଡି ନୂଆ ପରିଚୟ ପାଇଛି । କଳାହାଣ୍ଡିବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ଗତ ମାସ DGCA ଓ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆର ଏକ ଟିମ ଉତକେଲା ବିମାନ ବନ୍ଦର ପରଦର୍ଶନ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.