ଗୋଦାବରୀ ନଦୀର ଗଭୀର ସ୍ରୋତ ଭିତରକୁ ପୁରା ପରିବାରକୁ ଠେଲିଦେଲା ବାପା

ପ୍ରଖର ଜଳ ସ୍ରୋତରେ ଭାସିଗଲେ ପତ୍ନୀ ସୁହାସୀ ଓ ବର୍ଷକର ଝିଅ ଜର୍ସି । ହେଲେ ବୁଦ୍ଧି ଖଟାଇ ବଞ୍ଚିଗଲା ବଡ ଝିଅ କିର୍ତ୍ତନା।

ଗୋଦାବରୀ ନଦୀର ଗଭୀର ସ୍ରୋତ ଭିତରକୁ ପୁରା ପରିବାରକୁ ଠେଲିଦେଲା ବାପା । ପ୍ରଖର ଜଳ ସ୍ରୋତରେ ଭାସିଗଲେ ପତ୍ନୀ ସୁହାସୀ ଓ ବର୍ଷକର ଝିଅ ଜର୍ସି । ହେଲେ ବୁଦ୍ଧି ଖଟାଇ ବଞ୍ଚିଗଲା ବଡ ଝିଅ କିର୍ତ୍ତନା। ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା । ୧୩ ବର୍ଷର ଝିଅ ସହ ମା’ ଓ ସାନ ଭଉଣୀକୁ ସାବତ ବାପା ଗୋଦାବରୀ ନଦୀକୁ ଧକ୍କା ଦେଇଦେଲା । କିନ୍ତୁ ଏତିକିବେଳେ ବଡ ଝିଅ ଓହଳି ରହିଗଲା ପୋଲରେ ଲାଗିଥିବା ପାଇପରେ । ଝିଅଟି ବ୍ରିଜକୁ ଲାଗିଥିବା ପାଇପରେ ପ୍ରାୟ ଅଧା ଘଣ୍ଟା ଧରି ଲଟକି ରହିଲା ଏବଂ ବାହାଦୁରୀ ସହ ବୁଦ୍ଧି ଖଟାଇ ପୋଲିସକୁ ଟୋଲ ଫ୍ରି ନମ୍ବରରେ କଲ୍ କରି ନିଜ ଜୀବନ ବଞ୍ଚାଇଲା । ପୋଲିସ ଉଦ୍ଧାର କରିବା ସହ ୧୩ ବର୍ଷ ଝିଅର ବୁଦ୍ଧିକୁ ତାରିଫ କରିଛନ୍ତି ପୁଲିସ ଅଧିକାରୀ ।

ପୋଲିସ ସୂଚନା ମୁତାବକ, ଗୁଣ୍ଟୁର ଜିଲ୍ଲାରେ ଅଲବା ସୁରେଶ ନାମକ ବ୍ୟକ୍ତି ପତ୍ନୀ ପୁପ୍ପଲା ସୁହାସି, ବଡ ଝିଅ କିର୍ତ୍ତନା, ଓ ବର୍ଷକର ସାନ ଝିଅ ଜର୍ସିଙ୍କ ଠାରୁ ଛୁଟକାରା ପାଇବା ପାଇଁ କାରରେ ନେଇ ବୁଲାଇ ନେବା କଥା କହିଥିଲା । ମଝିରେ ଗୋଦାବରୀ ନଦୀ ବ୍ରିଜ ଉପରେ ସେଲ୍ଫି ନେବାକୁ କହିଥିଲା । ହେଲେ ପୂର୍ବରୁ ଯୋଜନା କରି ଆସିଥିବା ସୁରେଶ ସେଲ୍ଫି ନେଉଥିବା ସମୟରେ ୩ ଜଣଙ୍କୁ ବ୍ରିଜ ଉପରୁ ଠେଲି ଦେଇଥିଲା ।

ନଦୀର ପ୍ରଖର ଜଳରେ ବହିଯାଇ ନିଖୋଜ ହୋଇଗଲେ ପତ୍ନୀ ଓ ସାନ ଝିଅ ଜର୍ସି । ହେଲେ ଭାଗ୍ୟକୁ ପୋଲ କଡରେ ଦିଆଯାଇଥିବା ପ୍ଲାଷ୍ଟିକ୍ ପାଇପରେ ଲଟକିଯାଇଥିଲା ବଡ ଝିଅ ଲକ୍ଷ୍ମୀ କିରଥନ୍ । କିଛି ସମୟ ପରେ ତା’ର ନଜର ନିଜ ପକେଟରେ ଥିବା ମୋବାଇଲ ଉପରେ ପଡିଥିଲା । ସେଥିରୁ ୧୦୦ ନମ୍ବରରେ ପୁଲିସକୁ ଫୋନ କରି ତାକୁ ବଞ୍ଚାଇବାକୁ କହିଥିଲା । ଅଧଘଣ୍ଟା ଲଟକି ରହିବା ପରେ ପୁଲିସ ତାକୁ ଉଦ୍ଧାର କରିବା ସହ କିରଥନକୁ ଭୂରୀ ପ୍ରଶଂସା କରିଥିଲେ ପୋଲିସ କର୍ମୀ ।

ପୋଲିସ ଏବେ ଏହି ଘଟଣାରେ ଦୁଇଟି ଟିମ୍ ଗଠନ କରିଛି । ଗୋଟିଏ ଟିମ୍ ନିଖୋଜ ମା’, ଝିଅଙ୍କୁ ଖୋଜିବା ଜାରି ରଖିଥିବାବେଳେ ଆଉ ଏକ ଟିମ୍ ଅଭିଯୁକ୍ତ ବାପାକୁ ଖୋଜିବା ଜାରି ରଖିଛି । କାହିଁକିନା ଏମିତି ଏକ ନାରକୀୟ କାଣ୍ଡ ଘଟାଇ ଅଭିଯୁକ୍ତ ବାପା ଫେରାର ଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.