ଡେଲିଭର ବୟ ବନିଲେ ଜୋମାଟୋ ସିଇଓ, ଜାଣନ୍ତୁ କାରଣ

କଣ ଆଶ୍ଚର୍ଯ୍ୟ ହୋଇଗଲେ, ଭାବୁଛନ୍ତି ସିଇଓ ପୁଣି ଜୋମାଟୋ ଡେଲିଭର ବୟ । କଥାଟା ଟିକେ ନିହାତି ଗଡବଡ ଲାଗୁଥିବ । କିନ୍ତୁ ବାସ୍ତବରେ ଏମିତି ହିଁ ହୋଇଛି । ଡେଲିଭର ବୟ ବନିଛନ୍ତି ଜୋମାଟୋ ସିଇଓ ଦିପିନ୍ଦର ଗୋୟଲ ।

ଡେଲିଭର ବୟ ବନିଲେ ଜୋମାଟୋ ସିଇଓ । କଣ ଆଶ୍ଚର୍ଯ୍ୟ ହୋଇଗଲେ, ଭାବୁଛନ୍ତି ସିଇଓ ପୁଣି ଜୋମାଟୋ ଡେଲିଭର ବୟ । କଥାଟା ଟିକେ ନିହାତି ଗଡବଡ ଲାଗୁଥିବ । କିନ୍ତୁ ବାସ୍ତବରେ ଏମିତି ହିଁ ହୋଇଛି । ଡେଲିଭର ବୟ ବନିଛନ୍ତି ଜୋମାଟୋ ସିଇଓ ଦିପିନ୍ଦର ଗୋୟଲ । ଫ୍ରେଣ୍ଡସିପ ଡେକୁ ସ୍ପେଶାଲ କରିବା ପାଇଁ ଏକ ବହୁତ ୟୁନିକ ତରିକା ଆପଣାଇଛନ୍ତି ଜୋମାଟୋ ସିଇଓ ।

ନିଆରା ଢ଼ଙ୍ଗରେ ଫ୍ରେଣ୍ଡସିପ ଡେ’ ପାଳିଲେ ଜୋମାଟୋ ସିଇଓ ଦିପିନ୍ଦର ଗୋୟଲ । ସେ ଏମିତି କିଛି କରିଛନ୍ତି ଯାହାକୁ ଦେଖି ତାଙ୍କ ଫଲୋଅର୍ସ ଏକଦମ୍‌ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସେ ଟ୍ୱିଟରରେ ଏକ ପୋଷ୍ଟ କରି ଏହାର ସୂଚନା ଦେଇଥିଲେ । ଯେଉଁଥିରେ ସେ ଜୋମାଟୋ ବୟ ଟି-ସାର୍ଟ ପିନ୍ଧିଥିବାର ନଜର ଆସୁଛନ୍ତି । ଏହାସହ ହାତରେ କିଛି ଫ୍ରେଣ୍ଡସିପ ବ୍ୟାଣ୍ଡ ବି ଧରିଛନ୍ତି । ଆଉ ଏଥିରେ ସେ ଡେଲିଭରି ପାର୍ଟନର୍ସ, ରେସ୍ତୋରାଁ ପାର୍ଟନର୍ସ ଓ ଗ୍ରାହକଙ୍କୁ ସରପ୍ରାଇଜ ଦେବା କଥା ଲେଖିଛନ୍ତି ।

ତେବେ ଗୋୟଲଙ୍କ ଏହି ପୋଷ୍ଟ ପରେ ଅନେକ ଟ୍ୱିଟର ୟୁଜର୍ସ ତାଙ୍କୁ କମେଣ୍ଟ କରିଛନ୍ତି । ଜଣେ ଲେଖିଛନ୍ତି ଆଜି ଜୋମାଟୋ ଗ୍ରାହକ ସରପ୍ରାଇଜ ଆଶାରେ ଆଜି ଅଧିକ ଅର୍ଡର ଦେବେ । ଆଉ ଜଣେ ଲେଖିଛନ୍ତି କି, କଣ ଆପଣ ଚଣ୍ଡିଗଡରେ ଡେଲିଭରି କରିବେ କି? ସେହିପରି ଆଉ ଜଣେ ୟୁଜର୍ସ ଲେଖିଛନ୍ତି ଆପଣଙ୍କଠାରୁ ଫ୍ରେଣ୍ଡସିପ ବ୍ୟାଣ୍ଡ ମିଳିବା ପରେ ଅନେକ ଲୋକଙ୍କ ଦିନ ଖୁସିରେ କଟିବ । ସେହିପରି ଆଉ ଜଣେ ଲେଖିଛନ୍ତି ଆଜି ଜୋମାଟୋର କଷ୍ଟମର୍ସ ଆପଣଙ୍କ ସରପ୍ରାଇଜ୍‌ ଆଶାରେ ବହୁତ ଗୁଡିଏ ଅର୍ଡର ଦେଇଦେବେ ।

ଭାରତରେ ଫ୍ରେଣ୍ଡସିପ ଡେ’ ଅଗଷ୍ଟ ମାସର ପ୍ରଥମ ରବିବାର ପାଳନ କରାଯାଏ । ତେଣୁ ଏଥର ଅଗଷ୍ଟ ୬ ତାରିଖରେ ଫ୍ରେଣ୍ଡସିପ ଡେ ପାଳନ ହେଉଛି । ଭାରତ ବ୍ୟତୀତ ବାଂଲାଦେଶ, ୟୁଏଇ, ମାଲେସିଆ ଓ ଆମେରିକାରେ ବି ଫ୍ରେଣ୍ଡସିପ ଡେ ପାଳନ ହେଉଛି ।

ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ନିକଟରେ ପ୍ରଥମ ଥର ଲାଭ କାରଣରୁ ଜୋମାଟୋ ଚର୍ଚ୍ଚାକୁ ଆସିଥିଲା । ସେହିପରି କମ୍ପାନୀ ପ୍ରଥମ ତିନିମାସର ବିଜନେସ ଘୋଷଣା କରିଛି । ଯାହା ଏକଦମ୍‌ ଆଶ୍ଚର୍ଯ୍ୟକର ଥିଲା । ଏମିତି ଏଥିପାଇଁ ହୋଇଛି କାହିଁକିନା ପ୍ରଥମ ଥର ପାଇଁ ଜୋମାଟୋ ନିଜ ବିଜନେସରେ ହୋଇଥିବା ଲାଭ ସମ୍ପର୍କରେ ଜଣାଇଥିଲା । ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ କମ୍ପାନୀର ନେଟ୍‌ ପ୍ରୋଫିଟ୍‌ ୨ କୋଟି ଟଙ୍କା ରହିଥିଲା । ସେହିପରି ଗୋଟେ ବର୍ଷ ପୂର୍ବରୁ ସମାନ ତିନି ମାସରେ କମ୍ପାନୀର ୧୮୬ କୋଟିର ଭାରି କ୍ଷତି ହୋଇଥିଲା । ଏବେ କିନ୍ତୁ ଜୋମାଟୋର ରେଭିନ୍ୟୁ ମଧ୍ୟ ବାର୍ଷିକ ଆଧାରରେ ପ୍ରାୟ ୭୧ ପ୍ରତିଶତ ବଢ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.