ରାହୁଲ ଗାନ୍ଧି ଟ୍ଵିଟର Bio ଅପ୍ଡେଟ କରି ଲେଖିଲେ, ‘ସଂସଦ ସଦସ୍ୟ’, ଜୋର୍ଦାର ସ୍ୱାଗତ କଲେ ‘INDIA’ର ସଦସ୍ୟ
କଂଗ୍ରେସ ନେତା ରାହୁଲ ଗାନ୍ଧି ଲୋକସଭା ସଦସ୍ୟ ପଦ ଫେରିପାଇବା ପରେ ନିଜର ଟ୍ଵିଟର ଆକାଉଣ୍ଟ ବାୟୋକୁ ଅପ୍ଡେଟ କରିଛନ୍ତି। ଏଥିରେ ରାହୁଲ ‘ଅଯୋଗ୍ୟ ସାଂସଦ’ ଟ୍ୟାଗ୍କୁ ପରିବର୍ତ୍ତନ କରି ‘ସଂସଦ ସଦସ୍ୟ’ ଲେଖିଛନ୍ତି।
କଂଗ୍ରେସ ନେତା ରାହୁଲ ଗାନ୍ଧି ଲୋକସଭା ସଦସ୍ୟ ପଦ ଫେରିପାଇବା ପରେ ନିଜର ଟ୍ଵିଟର ଆକାଉଣ୍ଟ ବାୟୋକୁ ଅପ୍ଡେଟ କରିଛନ୍ତି। ଏଥିରେ ରାହୁଲ ‘ଅଯୋଗ୍ୟ ସାଂସଦ’ ଟ୍ୟାଗ୍କୁ ପରିବର୍ତ୍ତନ କରି ‘ସଂସଦ ସଦସ୍ୟ’ ଲେଖିଛନ୍ତି। ଲୋକସଭା ସଦସ୍ୟତା ଫେରିପାଇବା ପରେ ରାହୁଲ ଗାନ୍ଧି ମଧ୍ୟାହ୍ନ ୧୨ଟାରେ ସଂସଦରେ ପହଞ୍ଚିଥିଲେ। ସେଠାରେ ବିରୋଧୀ ମେଣ୍ଟ ‘INDIA’ର ସଦସ୍ୟମାନେ ତାଙ୍କୁ ଜୋର୍ଦାର ସ୍ୱାଗତ କରିଥିଲେ।
ବିରୋଧୀ ନେତାମାନେ ରାହୁଲ ଗାନ୍ଧି ଏବଂ ମେଣ୍ଟ ସପକ୍ଷରେ ସ୍ଲୋଗାନ୍ ଦେଇଥିଲେ। ସଂସଦ ଭବନରେ ପହଞ୍ଚିବା ପରେ କଂଗ୍ରେସ ସାଂସଦ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାପରେ ସେ ଲୋକସଭାର ପ୍ରକିୟାରେ ଭାଗ ନେଇଥିଲେ।
କହି ରଖୁଛୁ, ସୁପ୍ରିମ୍କୋର୍ଟଙ୍କ ତରଫରୁ ମୋଦି ସାଙ୍ଗିଆ ମାମଲାରେ ୨ ବର୍ଷର ଦଣ୍ଡାଦେଶ ଉପରେ ରୋକ୍ ଲଗାଯିବା ପରେ ଲୋକସଭା ସଚିବାଳୟ ସୋମବାର ରାହୁଲ ଗାନ୍ଧିଙ୍କ ସଦସ୍ୟତାକୁ ପୁନଃସ୍ଥାପନ କରିଥିଲା। ସଚିବାଳୟ ପକ୍ଷରୁ ନୋଟିସ୍ ଜାରି ପରେ ରାହୁଲ ନିଜର ଟ୍ଵିଟର ବାୟୋ ପରିବର୍ତ୍ତନ କରିଥିଲେ।
ରାହୁଲ ଗାନ୍ଧି ସଂସଦ ସଦସ୍ୟତା ଫେରିପାଇବା ପରେ କଂଗ୍ରେସରେ ଏବେ ଉତ୍ସବର ମାହୋଲ ରହିଛି। ଦଳ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ ‘INDIA’ର ସଦସ୍ୟମାନଙ୍କୁ ନିଜ ହାତରେ ମିଠା ଖୁଆଇଥିଲେ। ସେପଟେ ସୋନିଆ ଗାନ୍ଧିଙ୍କ ବାସଭବନ ବାହାରେ ଅର୍ଥାତ୍ ୧୦ ଜନପଥ ବାହାରେ ମଧ୍ୟ ଢୋଲ ବଜାଇ ଉତ୍ସବ ପାଳନ କରାଯାଇଥିଲା। ଦଳ ନିଜ ଅଫିସିଆଲ ଟ୍ଵିଟର ହ୍ୟାଣ୍ଡେଲରେ ଲେଖିଛି, ‘ଘୃଣା ବିରୋଧରେ ପ୍ରେମର ବିଜୟ’।
Congress leader Rahul Gandhi updates his Twitter account bio from ‘Dis’Qualified MP’ to ‘Member of Parliament’ after Lok Sabha Secretariat restored his membership today.
Supreme Court on Friday (August 4) stayed his conviction in the ‘Modi’ surname remark case. pic.twitter.com/ehQjMywEms
— ANI (@ANI) August 7, 2023
#WATCH | Celebrations underway outside 10 Janpath in Delhi as Lok Sabha Secretariat restores Lok Sabha membership of party leader Rahul Gandhi pic.twitter.com/piqBayhKWS
— ANI (@ANI) August 7, 2023
The decision to reinstate Shri @RahulGandhi as an MP is a welcome step.
It brings relief to the people of India, and especially to Wayanad.
Whatever time is left of their tenure, BJP and Modi Govt should utilise that by concentrating on actual governance rather than… pic.twitter.com/kikcZqfFvn
— Mallikarjun Kharge (@kharge) August 7, 2023