ରାଜ୍ୟସଭାରେ ଉପସ୍ଥାପିତ ହେଲା ଦିଲ୍ଲୀ ସେବା ବିଲ୍‌

ରାଜ୍ୟସଭାରେ ସୋମବାର ଆଗତ ହୋଇଛି ଦିଲ୍ଲୀ ସେବା ବିଲ୍ (ଦିଲ୍ଲୀ ଅର୍ଡିନାନ୍ସ ବିଲ୍)। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିବା ଏହି ବିଲ୍ ଉପରେ ଗୃହରେ ଆଲୋଚନା ହୋଇଥିଲା।

ରାଜ୍ୟସଭାରେ ସୋମବାର ଆଗତ ହୋଇଛି ଦିଲ୍ଲୀ ସେବା ବିଲ୍ (ଦିଲ୍ଲୀ ଅର୍ଡିନାନ୍ସ ବିଲ୍)। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିବା ଏହି ବିଲ୍ ଉପରେ ଗୃହରେ ଆଲୋଚନା ହୋଇଥିଲା। ତେବେ ଗୃହର ପ୍ରକ୍ରିୟା ଚାଲୁହେବା ପୂର୍ବରୁ ଆମ୍ ଆଦମୀ ପାର୍ଟି (ଏଏପି) ତରଫରୁ ତିନି ଧାଡ଼ିଆ ହ୍ଵିପ୍‌ ଜାରି କରାଯାଇଥିଲା। ଏଥିରେ ଦଳ ନିଜ ସାଂସଦମାନଙ୍କୁ ରାଜ୍ୟସଭାରେ ଉପସ୍ଥିତ ରହିବାକୁ କହିଥିଲା।

ସୂଚନା ଅନୁସାରେ, ଆପ୍ ନିଜର ରାଜ୍ୟସଭା ସଦସ୍ୟଙ୍କୁ ହ୍ଵିପ୍‌ ଜାରି କରି ସେମାନଙ୍କୁ ଅଗଷ୍ଟ ୭ ଏବଂ ୮ରେ ଗୃହରେ ଉପସ୍ଥିତ ରହିବାକୁ କହିଛି। ସୂଚନାଥାଉ କି, କେନ୍ଦ୍ର ସରକାର ଏବଂ ଦିଲ୍ଲୀ ସରକାରଙ୍କ ମଧ୍ୟରେ ଏହି ବିଲ୍‌କୁ ନେଇ ବିବାଦ ଚାଲିଛି।

ରାଜ୍ୟସଭାରେ ବିଲ ପାରିତ ହେବା ପରେ ଆଇନରେ ପରିଣତ ହେବ। ପ୍ରଶାସନିକ ଅଧିକାରୀଙ୍କ ନିଯୁକ୍ତି ଏବଂ ବଦଳି ଉପରୁ ଦିଲ୍ଲୀ ସରକାର ନିୟନ୍ତ୍ରଣ ହରାଇବେ। ତେବେ ଏଥିପାଇଁ ପୂର୍ବରୁ ଅଧ୍ୟାଦେଶ ଆଣି ଦିଲ୍ଲୀ ସରକାରଙ୍କ କ୍ଷମତା ସଙ୍କୁଚିତ କରିଥିଲେ କେନ୍ଦ୍ର ସରକାର। ଗତ ୩ ତାରିଖରେ ଲୋକସଭାରେ ପାସ ହୋଇଛି ଏହି ବିଲ। ରାଜ୍ୟସଭାରେ ଡିବେଟ ପରେ ଭୋଟିଂ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.