ଭାଇରାଲ ଅଡିଓ ମାମଲା: ଦୁଇ ଅଭିଯୁକ୍ତଙ୍କ ପଚରା ଉଚରା ଶେଷ, ମିଳିଲା ଜାମିନ୍‌

ଭୁବନେଶ୍ୱର : କୋଭିଡ ନିୟମ ଭାଙ୍ଗି ଏକ ଅଡିଓ ଭାଇରାଲ କରିବା ଅଭିଯୋଗରେ ଗିରଫ ଦୁଇ ଅଭିଯୁକ୍ତକୁ ଆଜି ସର୍ତ୍ତମୂଳକ ଜାମିନ୍ ମିଳିଛି । ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି ବିଶ୍ୱଜିତ୍ ମହାନ୍ତି ଓ ଲକ୍ଷ୍ମୀକାନ୍ତ ବେହେରା । ୧୦ହଜାର ଟଙ୍କା ଓ ଜଣେ ଲେଖାଏଁ ଜାମିନଦାର ବଦଳରେ ଉଭୟଙ୍କୁ ଜାମିନ୍ ମିଳିଛି ।

କ୍ୟାପିଟାଲ ଥାନା ପୋଲିସ ସେମାନଙ୍କୁ ୩ ଦିନ ପାଇଁ ରିମାଣ୍ଡରେ ଆଣିଥିଲା । ତେବେ ଦ୍ୱିତୀୟ ଦିନ ସୁଦ୍ଧା ପଚରା ଉଚରା ଶେଷ ହୋଇଯିବାରୁ ଉଭୟଙ୍କୁ କୋର୍ଟରେ ହାଜର କରିଥିଲା ପୋଲିସ । ଅବଶ୍ୟ ରିମାଣ୍ଡ ବେଳେ ଉଭୟଙ୍କ ଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି । ଅଡିଓ କିଏ ଓ କାହିଁକି ଭାଇରାଲ କରିଥିଲା ? କେତେଜଣଙ୍କ ମୋବାଇଲକୁ ଭାଇରାଲ କରାଯାଇଛି ? ଭାଇରାଲ କରିବା ପାଇଁ କିଏ ପ୍ରବର୍ତ୍ତାଇଥିଲା କି ? ସମ୍ପୃକ୍ତ ଗଣମାଧ୍ୟମକୁ କିଏ ଅଡିଓ ଦେଇଥିଲା ? ଏଭଳି କିଛି ପ୍ରଶ୍ନର ଉତ୍ତର ପାଇବା ପରେ ଉଭୟଙ୍କ ଭଏସକୁ ଫରେନସିକ୍ ଲ୍ୟାବକୁ ପଠାଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.