ଆସନ୍ତା ମାସରୁ କାଳିଆ ହିତାଧିକାରୀଙ୍କ ତାଲିକା ଦେବେ ରାଜ୍ୟ ସରକାର, ସୂଚନା ଦେଲେ କୃଷିମନ୍ତ୍ରୀ

କାଳିଆ ଯୋଜନାରେ ହିତାଧିକାରୀ ଚୟନ ଓ ଆର୍ଥିକ ସହାୟତା ପ୍ରଦାନ କ୍ଷେତ୍ରରେ ସରକାର ବିଫଳ। ଏହି ଶୀର୍ଷକରେ ବିଧାନସଭାରେ ବିରୋଧୀ ବିଜେପି ଆଣିଥିବା ମୁଲତବୀ ନୋଟିସ ଉପରେ ଆଲୋଚନା ହୋଇଛି । ବିଜେପିର ଯୁକ୍ତି, ରାଜ୍ୟରେ ୫୪ ଲକ୍ଷ ୨୪ ହଜାର ଚାଷୀଙ୍କ ଉପରେ ୨୬ ହଜାର ୬୦୬ କୋଟି ଟଙ୍କା ଋଣ ଥିଲା। ଚାଷୀଙ୍କ ପିଛା ୭୦ ହଜାର ଟଙ୍କା ଲେଖାଏଁ ଋଣ ଛାଡ଼ କଲେ ସରକାରଙ୍କ ଉପରେ ବୋଝ ପଡିଥାନ୍ତା ୨୪ ହଜାର ୬୩୫ କୋଟି ଟଙ୍କା। ସେପଟେ କଂଗ୍ରେସ ମଧ୍ୟ ଏ ପ୍ରସଙ୍ଗରେ ସରକାରଙ୍କୁ ଘେରିଛି । ଭାଗ ଚାଷୀ ଆଇନ ହୋଇ ନାହିଁ, କିନ୍ତୁ ଭାଗଚାଷୀଙ୍କୁ କେମିତି ସହାୟତା ଦିଆଯାଉଛି ବୋଲି ପ୍ରଶ୍ନ କରିଛି କଂଗ୍ରେସ।

 

୨୦୧୮-୧୯ରେ କାଳିଆ ଯୋଜନା ଆରମ୍ଭ ହୋଇଥିଲା। ଏବେ ସୁଦ୍ଧା ମୋଟ୍‌ ୫୨ ଲକ୍ଷ ୫ ହଜାର ୨୯୦ ଜଣ ହିତାଧିକାରୀଙ୍କୁ ସହାୟତା ଦିଆଯାଇଛି। ଏଥିରେ ୩୬ ଲକ୍ଷ ୩୪ ହଜାର ୭୧୦ ଜଣ ହିତାଧିିକାରୀ ହେଉଛନ୍ତି କ୍ଷୁଦ୍ର ଓ ନାମମାତ୍ର ଚାଷୀ। ସେହିପରି ୧୪ ଲକ୍ଷ ୭୦ ହଜାର ୫୮୦ ଭୂମିହୀନ ପରିବାରଙ୍କୁ କାଳିଆ ଯୋଜନାର ପ୍ରଥମ କିସ୍ତିି ପ୍ରଦାନ କରାଯାଇଛି। କାଳିଆ ଯୋଜନାରେ ହିତାଧିକାରୀ ଚୟନ ଓ ଆର୍ଥିକ ସହାୟତା ପ୍ରଦାନ କ୍ଷେତ୍ରରେ ସରକାର ବିଫଳ ବୋଲି ବିରୋଧୀ ଆଣିଥିବା ଅଭିଯୋଗର ଜବାବରେ ବିଭାଗୀୟ ମନ୍ତ୍ରୀ କହିଛନ୍ତି, କାଳିଆ ଯୋଜନାର ସମସ୍ତ ତାଲିକା ଆସନ୍ତା ମାସରୁ ପବ୍ଲିକ ଡୋମେନରେ ମିଳିବ। ମୁଲତବୀ ଆଲୋଚନା ବେଳେ ବିଜେପି ବିଧାୟକ ମୋହନ ମାଝୀ ରୁଷି ଥିଲେ । ପାଖାପାଖି ୨୦ ମିନିଟ୍‌ କହିବା ପରେ ଉପ ବାଚସ୍ପତି ତାଙ୍କ ଭାଷଣକୁ ସଂକ୍ଷିପ୍ତ କରିବା ପାଇଁ କହିଥିଲେ । କିନ୍ତୁ ଏଥିରେ ରୁଷିଯାଇ ଆଉ ନିଜ ବକ୍ତବ୍ୟ ରଖିନଥିଲେ ମୋହନ ମାଝୀ

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.