ଗୁରୁଦ୍ୱାରା ସେବାରେ ନିଜକୁ ସାମିଲ କଲେ ବାଲେଶ୍ୱର ସଦର ବିଧାୟକ ସ୍ୱରୂପ ଦାସ,ଶ୍ରଦ୍ଧାଳୁମାନେ ଖାଇଥିବା ବାସନ କଲେ ସଫା

ବାଲେଶ୍ବର(କେନ୍ୟୁଜ୍): ଗୁରୁଦ୍ୱାରାରେ ବାସନ ସଫା କଲେ ବିଧାୟକ। ଗୁରୁଦ୍ୱାରା ସେବାରେ ନିଜକୁ ସାମିଲ କଲେ ବାଲେଶ୍ୱର ସଦର ବିଧାୟକ ସ୍ୱରୂପ ଦାସ । ରେମୁଣା ସ୍ଥିତ ଗୁରୁଦ୍ୱାରାଠାରେ ଶିଖ୍‌ ସମ୍ପ୍ରଦାୟର ଧର୍ମଗୁରୁ ଗୋବିନ୍ଦ ସିଂ ଜୀଙ୍କ ଜୟନ୍ତୀ ଓ ପ୍ରକାଶ ପର୍ବ ଅବସରରେ ଲଙ୍ଗର୍‌ ଲାଗିଥିଲା। ଏଥିରେ ଶିଖ୍‌ ସମ୍ପ୍ରଦାୟ ସମେତ ଅନେକ ଲୋକଙ୍କ ସମାଗମ ହୋଇଥିଲା ।

ଗୁରୁଦ୍ୱାରରେ ୩ଦିନ ଧରି ଚାଲିଥିଲା ଅଖଣ୍ଡ ପାଠ। ଏଥିରେ ଯୋଗଦେଇଥିଲେ ବିଧାୟକ ସ୍ୱରୂପ ଦାସ । ଗୁରୁଦ୍ୱାରା ସେବାରେ ନିଜକୁ ସାମିଲ କରିବା ସହ ଶ୍ରଦ୍ଧାଳୁମାନେ ଖାଇଥିବା ବାସନ ସଫା କରିଥିଲେ । ଏଭଳି ପବିତ୍ର ଓ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ନିଜକୁ ଧନ୍ୟ ମନେ କରିଥିବା କହିଛନ୍ତି ବିଧାୟକ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.