ଦୁର୍ଘଟଣାର ଦୁଇ ଦିନ ପରେ ବି ମା‘ବାପାଙ୍କ ଆଖିରୁ ଶୁଖିନି ଲୁହ, ଗାଁକୁ ଶୋକାକୁଳ କରିଛି ୩ ସାଙ୍ଗଙ୍କ ପରଲୋକ

ଆଳି(କେନ୍ୟୁଜ୍):  କାନ୍ଦୁଛି ପରିବାର, ଝୁରୁଛନ୍ତି ସାଙ୍ଗସାଥୀ । ଦୁର୍ଘଟଣାର ଦୁଇ ଦିନ ପରେ ବି ଆଖିରୁ ଶୁଖିନି ଲୁହ । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଜାମୁଦଣ୍ଡା ଗାଁର ଏ ହେଉଛି ଦୃଶ୍ୟ । ଗାଁକୁ ଶୋକାକୁଳ କରିଛି ୩ ସାଙ୍ଗଙ୍କ ପରଲୋକ । କଟକ-ଚାନ୍ଦବାଲି ରାସ୍ତା ଯମଧରଠାରେ ଏକ ଅଜଣା ଗାଡି ଧକ୍କାରେ ୩ ସାଙ୍ଗଙ୍କ ଚାଲିଗଲା ଜୀବନ ।

ଜାମୁଦଣ୍ଡା ଗାଁର ଆଶିଷ ବେହେରା ଓ ଦୁଇଜଣ ସାଙ୍ଗ ଏକ ଅଟୋରେ ଭୁବନେଶ୍ୱରରୁ ଆଳି ଆସୁଥିବା ବେଳେ ଦୁର୍ଘଟଣା ଘଟିଛି । ହେଲେ ଆଶିଷଙ୍କ ମୃତ୍ୟୁର ଦୁଇ ଦିନ ପରେ ମଧ୍ୟ କାନ୍ଦ ବୋବଳିରେ ଫାଟି ପଡୁଛି ଘର। ସାଙ୍ଗ ମାନେ ମଧ୍ୟ ଆଶିଷଙ୍କୁ ମନେ ପକାଇ ଝୁରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.