ଜଙ୍ଗଲ ମଝିରେ ଗୀତର ତାଳେ ତାଳେ ଝୁମିଲେ ମାଓବାଦୀ; ଭାଇରାଲ ହେଲା ଭିଡ଼ିଓ

ମଝି ଜଙ୍ଗଲରେ ଗୀତର ତାଳେ ତାଳେ ବନ୍ଧୁକ ଧରି ଝୁମିଲେ ନକ୍ସଲ। ଯାହାର ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହେଉଛି। ଘଟଣା ଘଟିଛି ମାଲକାନଗିରି ସୀମାନ୍ତ ଛତିଶଗଡ ବସ୍ତର ଜିଲ୍ଲାରେ।

ମାଲକାନଗିରି (କେନ୍ୟୁଜ): ବର୍ଷା ୠତୁରେ ପ୍ରକୃତିର ଅପୂର୍ବ ସୁନ୍ଦର ଦୃଶ୍ୟ ମଧ୍ୟରେ ନାଚଗୀତରେ ମସଗୁଲ ହେଲେ ମାଓବାଦୀ । ହାତରେ ହାତକୁ ଛନ୍ଦି ବନ୍ଧୁକ ଧରି ଝୁମିଲେ ନକ୍ସଲ। ଯାହାର ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହେଉଛି। ଘଟଣା ଘଟିଛି ମାଲକାନଗିରି ସୀମାନ୍ତ ଛତିଶଗଡ ବସ୍ତର ଜିଲ୍ଲାରେ।

ମହିଳା ଓ ପୁରୁଷ ବର୍ଦ୍ଦି ଧାରୀ ମାଓବାଦୀ ଭରପୁର ଆନନ୍ଦ ଉଠାଇ ଜଙ୍ଗଲ ମଧ୍ୟରେ ନାଚିବାର ଦୃଶ୍ୟ ଦେଖିବାକୁ ମିଳିଛି। ମାଓ ପାରମ୍ପରିକ ବିଜୟର ନାଚ ଗୀତ ଏଠି ଦେଖିବାକୁ ମିଳିଛି। ମାଓ ଅପରେସନ ବେଳେ କୌଣସି ହିଂସାକାଣ୍ଡ ଘଟାଇ ସଫଳତା ମିଳିଲେ ଏଭଳି ନାଚିବାର ଦୃଶ୍ୟ ପ୍ରାୟତଃ ଦେଖିବାକୁ ମିଳେ। ଏହି ଭିଡିଓରେ, ଅନେକ ମାଓବାଦୀ ନିଜ ମାଓ ୟୁନିଫର୍ମ ସହ ବନ୍ଧୁକ ଧରି ପରସ୍ପରର ହାତ କୁ ହାତ ଧରି ନାଚୁଥିବାର ଦେଖିବାକୁ ମିଳିଛି । ଏଥିରେ ଅନେକ ମାଓ ସମର୍ଥକ ମଧ୍ୟ ଅଛନ୍ତି ।

ଏହି ମାଓ କ୍ୟାମ୍ପ ରେ ଏନେକ ଟପ କ୍ୟାଡର ମାଓବାଦୀ ଦେଖିବାକୁ ମିଳିଛି। ପୋଲିସ କୁ କଡା ଚ୍ୟାଲେଞ୍ଜ ଦେଇ ଖୁଲମ ଖୁଲା ନିଜର ଉପସ୍ଥିତି ଜାହିର କରିଛନ୍ତି ମାଓ ସଙ୍ଗଠନ।ପ୍ରତିଦିନ ମାଓବାଦୀ ଏହି ଅଞ୍ଚଳରେ ଗୋଟିଏ ପରେ ଗୋଟିଏ ହିଂସାକାଣ୍ଡ ଘଟାଇ ଲୋକଙ୍କୁ ଆତଙ୍କିତ କରୁଥିବା ବେଳେ ପୋଲିସ ଲୋକଙ୍କୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ମାଓବାଦୀ ଙ୍କ ଏଭଳି ଖୁସି ଜାହିର କରିବା ଆଗକୁ ଏକ ବଡ଼ ଧରଣର ମାଓ ହିଂସାକାଣ୍ଡ କୁ ସୂଚନା ଦେଉଛି।ତେଣୁ ପୋଲିସ ଏଥିପ୍ରତି ବଡ଼ ସତର୍କତା ଅବଲମ୍ବନ ରହିବା ସହ ମାଓ ଦମନ ଅପରେସନ ଜୋରଦାର କରିବା ଆବଶ୍ୟକ ରହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.