ଘୋଷଣା ହେଲା ୨୦୧୫ ଓ ୨୦୧୬ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଜାଣନ୍ତୁ କେଉଁ ବର୍ଗରେ କିଏ ପାଇବେ ପୁରସ୍କାର

କେନ୍ୟୁଜ୍(ବ୍ୟୁରୋ): ୨୦୧୫ ଓ ୨୦୧୬ ମସିହା ପାଇଁ ଘୋଷିତ ହୋଇଛି ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର। ୨୦୧୫ ମସିହା ପାଇଁ ଉପନ୍ୟାସ ଉପନ୍ୟାସ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ନିତ୍ୟାନନ୍ଦ ପଣ୍ଡା। ତାଙ୍କ ଉପନ୍ୟାସ ଗୋଟିଏ ଯୋଡି ଗାଁର କାହାଣୀ ପାଇଁ ସେ ଏହି ପୁରସ୍କାର ପାଇବେ। ସେହିପରି କ୍ଷୁଦ୍ରଗଳ୍ପ ଗପର ମୁହଁ ପାଇଁ ପବିତ୍ର ପାଣିଗ୍ରାହୀ, କାବ୍ୟ କବିତା ଗୋଧୂଳି ଗୀତ ପାଇଁ ବୀଣାପାଣି ପଣ୍ଡା ପୁରସ୍କାର ପାଇବେ। ନାଟକ ଓ ଏକାଙ୍କିକା ପାଇଁ ସଞ୍ଜୟ ହାତୀ ଓ ନବୀନ କୁମାର ପରିଡା ଯୁଗ୍ମ ପୁରସ୍କାର ପାଇବେ।

ପ୍ରବନ୍ଧ ଓ ସମାଲୋଚନା ପାଇଁ ପାଇବେ ପଂଚାନନ ମିଶ୍ର। ସେହିପରି ଜୀବନୀ ଓ ଭ୍ରମଣ ସାହିତ୍ୟ ସକାଶେ ଧରଣୀଧର ପାଣିଗ୍ରାହୀଙ୍କୁ ମନୋନିତ କରାଯାଇଛି। ଅନୁବାଦ ପାଇଁ ବିଜୟ କୁମାର ମହାନ୍ତି, ଶିଶୁ ସାହିତ୍ୟ ପାଇଁ ରବୀନ୍ଦ୍ର ବିଶ୍ୱାଳ, ଗୀତି କବିତା ପାଇଁ ମନୋଜ ମହାନ୍ତି ମନୋନୀତ ହୋଇଛନ୍ତି।

ସେହିପରି ୨୦୧୬ ମସିହା ପାଇଁ ମଧ୍ୟ ପୁରସ୍କାର ଘୋଷଣା କରାଯାଇଛି। ଲକ୍ଷ୍ମୀପ୍ରିୟା ଆଚାଯ୍ୟର୍ ତାଙ୍କ ଉପନ୍ୟାସ ଅମ୍ବା ପାଇଁ ପାଇବେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର। କ୍ଷୁଦ୍ରଗଳ୍ପ ପାଇଁ ଦେବଦାସ ଛୋଟରାୟ ମନୋନୀତ ହୋଇଛନ୍ତି। କାବ୍ୟ କବିତା ପାଇଁ ଭଗବାନ ଜୟସିଂହ, ନାଟକ ଓ ଏକାଙ୍କିକା ପାଇଁ ଫକୀର ସିଂହ, ପ୍ରବନ୍ଧ ଓ ସମାଲୋଚନା ପାଇଁ ପ୍ରସନ୍ନ କୁମାର ସ୍ୱାଇଁ ପାଇବେ। ଜୀବନୀ ଓ ଭ୍ରମଣସାହିତ୍ୟ ପାଇଁ ପାଇବେ ଯୁଗ୍ମ ପୁରସ୍କାର ପାଇବେ ସୁରେନ୍ଦ୍ର କୁମାର ମହାରଣା ଓ ପ୍ରଦୋଷ ପଟ୍ଟନାୟକ। ସେହିପରି ଅନୁବାଦ ପାଇଁ ଶାରଦା ରଥ, ଶିଶୁ ସାହିତ୍ୟ ପାଇଁ ଦେବେନ୍ଦ୍ର ଚୌଧୁରୀ ଓ ଗୀତି କବିତା ପାଇଁ ମିଶ୍ର ସତ୍ୟନାରାୟଣଙ୍କୁ ମନୋନୀତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.