ଗଜପତି ମୋହନାରେ କରୋନା ଖୋଲିଲା ଖାତା, ନାରାୟଣ ନଗରରୁ ଏକାଥରେ ୧୩ ଆକ୍ରାନ୍ତ ଚି଼ହ୍ନଟ

ମୋହନା, (କେ ନ୍ୟୁଜ୍‌) : ସରକାର ଏବଂ ପ୍ରଶାସନ କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ଦିନ ରାତି ଏକ କରି ଦେଇଛନ୍ତି । କିନ୍ତୁ କିଛି ଅମାନିଆଙ୍କ ପାଇଁ ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗଜପତି ଜ଼ିଲ୍ଲାରେ କାୟା ମେଲାଉଥିବା ଏହି ମହାମାରୀର ଛାୟା ଏବେ ପଡ଼ିଛି ମୋହନା ସହର ଉପରେ । ଆଜି ମୋହନା ନାରାୟଣ ନଗର (ଢ଼େପ ସାହି)ରୁ ୧୩ ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି । ଏହା ସହ ଦୁଇ ଜଣ କରୋନା ଯୋଦ୍ଧା ମଧ୍ୟ ଆକ୍ରାନ୍ତ ହୋଇଛନ୍ତି ।

MOHANA-2

ଏ ନେଇ ପ୍ରଶାସନ ପକ୍ଷରୁ ସ୍ୱଷ୍ଟ କରାଯିବା ସହ ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରି ବ୍ୟାରିକେଡ୍ କରାଯାଇଛି । ଜ଼ିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆଉଟ୍ ଡୋର୍‌କୁ ୪୮ ଘଣ୍ଟା ପର‌୍ୟ୍ୟନ୍ତ ସଟ୍‌ଡାଉନ କରାଯାଇଛି । ସେହିପରି ସମସ୍ତ ଆକ୍ରାନ୍ତଙ୍କୁ କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି ।

ନାରାୟଣ ନଗର ଅଞ୍ଚଳକୁ ବିଶୋଧନୀକରଣ କରାଯିବା ସହ ସରକାରୀ ନିୟମ ମୁତାବକ ସମ୍ପୃକ୍ତ ଅଞ୍ଚଳର ସମସ୍ତ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଏହା ସହ ସେମାନଙ୍କୁ ଔଷଧ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ବିଡିଓ ବଂଶୀଧର ଖୋସଲା ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.