ପୂର୍ବତନ ‘ର’ ଅଫିସରଙ୍କ ଖୁଲାସା : ସୁଶାନ୍ତ ସିଂହଙ୍କ ମୃତ୍ୟୁ ପଛରେ ଦାଉଦ୍‌ ଇବ୍ରାହିମ୍‌ ଗ୍ୟାଙ୍ଗ୍‌ !

ମୁମ୍ବାଇ : ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହଙ୍କ ମୃତ୍ୟୁ ପଛରେ ଦାଉଦ୍‌ ଇବ୍ରାହିମର ହାତ ଥିବା ପୂର୍ବତନ ‘ର’ ଅଫିସର ଏନ୍‌ କେ ସୁଦ୍‌ ପ୍ରକାଶ କରିଛନ୍ତି । ଏହା ଏକ ଯୋଜନା ବଦ୍ଧ ହତ୍ୟା ଓ ଏହା ପଛରେ ଦାଉଦ୍‌ ଗୋଷ୍ଠୀର ହାତ ଥିବା ଏହି ‘ର’ ଅଫିସର ପ୍ରକାଶ କରିଛନ୍ତି ।

ଯଦିଓ ଦାଉଦ୍‌ ଏବେ ଭାରତ ବାହାରେ ରହୁଛି ତଥାପି ତା’ର ହାତ ମୁମ୍ବାଇର କିଛି ହାଇ ପ୍ରୋଫାଇଲ ଲୋକଙ୍କ ସହ ରହିଛି । ଦାଉଦ୍‌ ବାହାରେ ଥାଇ ମଧ୍ୟ ତା’ର ଅର୍ଥ ବଳରେ କ୍ଷମତାବାନ ଲୋକଙ୍କ ମାଧ୍ୟମରେ ମୁମ୍ବାଇକୁ କଣ୍ଟ୍ରୋଲ କରୁଥିବା ଏହି ‘ର’ ଅଫିସର ପ୍ରକାଶ କରିଛନ୍ତି ।

ସୁଶାନ୍ତଙ୍କୁ ଧମକପୂର୍ଣ୍ଣ ଫୋନ୍‌ କଲ୍‌ ଆସୁଥିଲା । ସୁଶାନ୍ତ ୫୦ ଥର ସିମ୍‌ ବଦଳାଇବା ଓ ଏକୁଟିଆ କାର୍‌ ମଧ୍ୟରେ ଶୋଇବା ଦ୍ୱାରା ଜଣାପଡ଼େ ଯେ ସେ କେତେ ଭୟଭୀତ ଥିଲେ ।

sushant rajput

ମୃତ୍ୟୁର କିଛି ଦିନ ପୂର୍ବରୁ ତାଙ୍କର ସିସି କ୍ୟାମେରା ଖରାପ ହେବା ଓ ଡ଼ୁପ୍‌ଲିକେଟ୍‌ ଚାବି ହଜିବା ଆଦି ଏକ ଯୋଜନାବଦ୍ଧ ବୋଲି ସେ କହିଛନ୍ତି । ତାଙ୍କର ମର୍ଡର ପାଇଁ ସବୁ ପ୍ରକାର ବ୍ୟବସ୍ଥା ହୋଇଥିଲା ବୋଲି ଏହି ‘ର’ ଅଫିସର କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ ସୁଶାନ୍ତ ଯେଉଁମାନଙ୍କୁ ବିଶ୍ୱାସ କରୁଥିଲା ସେମାନେ ତାହା ସହ ବିଶ୍ୱାସ ଘାତକ କରିଛନ୍ତି । ମୁମ୍ବାଇ ପୋଲିସ ଘଟଣାର ତଦନ୍ତ କରୁଛି । ବେଳେ ବେଳେ ପ୍ରକୃତ ହତ୍ୟାକାରୀକୁ ଲୁଚାଇବାକୁ ଯାଇ ଅନ୍ୟ ଜଣକୁ ଅପରାଧୀ ଭାବେ ପ୍ରୋଜେକ୍ଟ କରାଯାଇଥାଏ ।

କାରଣ ପ୍ରକୃତ ଦୋଷୀ ସାମ୍ନାକୁ ଆସିଲେ ବହୁ ବଡ଼ ବଡ଼ ଲୋକ ପଦାରେ ପଡ଼ିଯିବେ । ତେଣୁ ସେମାନଙ୍କୁ ସୁରକ୍ଷା ଦେବାକୁ ଯାଇ ପ୍ରକୃତ ଦୋଷୀକୁ ସାମ୍ନାକୁ ଅଣାଯାଇ ନଥାଏ । ଏବେବି ବଲିଉଡ୍‌ରେ ଦାଉଦ୍‌ର ଦବ୍‌ ଦବା ରହିଛି ।

doowd-0

ସୁଦ୍‌ ଆହୁରି କହିଛନ୍ତି ଯେ ଦାଉଦ୍‌ର ଦେଶ ବାହାରେ ଅନେକ ପାର୍ଟି ହୋଇଥାଏ । ଏହି ପାର୍ଟିରେ ବଲିଉଡ଼୍‍ର ଅନେକ କଳାକାର ଯୋଗ ଦେଇଥାନ୍ତି । ସେମାନଙ୍କୁ ମୋଟା ଅଙ୍କର ଅର୍ଥ ମଧ୍ୟ ମିଳିଥାଏ ବୋଲି ସୁଦ୍‌ କହିଛନ୍ତି ।

ସୁଶାନ୍ତଙ୍କ ହତ୍ୟା ପଛରେ ଯଦିଓ ତାଙ୍କର ଘରୋଇ ସହାୟକ, ବନ୍ଧୁ ସନ୍ଦୀପ ସିଂ ଓ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ସିଧା ସଳଖ ହାତ ନାହିଁ । ତେବେ ସୁଶାନ୍ତଙ୍କ ସହ ଯାହା ସବୁ ଘଟୁଥିଲା ସେମାନେ ତାହା ଜାଣିଥିଲେ ବୋଲି ସୁଦ୍‌ କହିଛନ୍ତିି ।

କାରଣ ସୁଶାନ୍ତ ତାଙ୍କ ବନ୍ଧୁ ସନ୍ଦୀପଙ୍କ ସହ ସବୁ କିଛି ସେୟାର କରୁଥିଲେ । ଯଦି ତାଙ୍କର ନିକଟିମ ଲୋକ ତାଙ୍କ ସହ ବିଶ୍ୱାସ ଘାତକତା ନକରି ସୁଶାନ୍ତଙ୍କୁ ସହଯୋଗ କରିଥାନ୍ତେ ତେବେ ଆଜି ହୁଏତ ସୁଶାନ୍ତଙ୍କ ମୃତ୍ୟୁ ହୋଇ ନଥାନ୍ତା ବୋଲି ଶ୍ରୀ ସୁଦ୍‌ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.