ହିମାଚଳ ପ୍ରଦେଶରେ ଅନେକ ଦେବାଦେବୀଙ୍କ ମନ୍ଦିର ରହିଛି। ଯେଉଁ କାରଣରୁୁ ଏହି ରାଜ୍ୟକୁ ଦେବଭୂମି ମଧ୍ୟ କୁହାଯାଏ। ଏଠାରେ ଏମିତି ଏକ ମନ୍ଦିର ରହିଛି, ଯାହାର ସ୍ୱତନ୍ତ୍ର ବିଶେଷତ୍ୱ ରହିଛି। ହିମାଚଳ ପ୍ରଦେଶର କୁଲ୍ଲ ସହରରେ ବ୍ୟାସ ଏବଂ ପାର୍ବତୀ ନଦୀ ସଙ୍ଗମ ସ୍ଥଳ ପର୍ବତ ନିକଟ ଭଗବାନ ଶଙ୍କର ମନ୍ଦିର ରହିଛି। ଏହା ବେଶ୍ ରହସ୍ୟମୟ। ଯାହାର ରହସ୍ୟ ଆଜି ପର୍ଯ୍ୟନ୍ତ କେହି ଜାଣିପାରୁନାହାନ୍ତି। ପ୍ରତି ୧୨ ବର୍ଷରେ ଥରେ ଠିକ୍ ଏହି ମନ୍ଦିର ଉପରେ ବଜ୍ରପାତ ହୋଇଥାଏ। ଏହା ପରେ ମଧ୍ୟ ମନ୍ଦିରର କୌଣସି କ୍ଷତି ହୋଇନଥାଏ।
ପୌରାଣିକ ମାନ୍ୟତା ଅନୁଯାୟୀ, ଏହି ମନ୍ଦିର ଯେଉଁ ଘାଟି ଉପରେ ଥିଲା ସେଠାରେ ଏକ ସାପ ବାସ କରୁଥିଲା। ଯାହାକୁ ଭଗବାନ ଶଙ୍କର ମାରିଥିଲେ। ଏହାପରେ ଏଠାରେ ବଜ୍ରପାତ ହୋଇଥିଲା। ଫଳରେ ଶିବଲିଙ୍ଗ ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା। ଏହା ଦେଖି ପୂଜାରୀ ଶିବଲିଙ୍ଗ ଉପରେ ମାର୍ବଲର ଆବରଣ ଦେଇଥିଲେ। ଯାହାଦ୍ୱାରା ଭଗବାନ ଶଙ୍କରଙ୍କୁ ଆଶ୍ୱସ୍ତି ମିଳିଥିଲା।
ଏଠାରେ କୁଲାନ୍ତ ନାମକ ଏକ ରାକ୍ଷସ ରହୁଥିଲା। ଯାହା ନିଜର ଶକ୍ତି ଦ୍ୱାରା ସାପ ରୂପ ଧାରଣ କରୁଥିଲା। ଥରେ ଏହି ରାକ୍ଷସ ଅଜଗର ରୂପ ଧାରଣ କରି ମଥାଣ ଗାଁ ପାଖରେ ଥିବା ବ୍ୟାସ ନଦୀରେ କୁଣ୍ଡଳୀ ମାରି ବସିଥିଲା। ଯେଉଁଥିପାଇଁ ନଦୀର ପ୍ରବାହ ବନ୍ଦ ହୋଇଯାଇଥିଲା। ସବୁ ଜୀନଜନ୍ତୁ ପାଣିରେ ବୁଡି ମରନ୍ତୁ ଏହା ହିଁ ରାକ୍ଷସର ଉଦ୍ଦେଶ୍ୟ ଥିଲା। ଏହାପରେ ମହାଦେବ ମାୟା ରଚିଥିଲେ।
କଥା ଅନୁସାରେ, ଭଗବାନ ଶିବ କୁଲାନ୍ତ ରାକ୍ଷସକୁ ବଧ କରିଥିଲେ। ପରେ ଇନ୍ଦ୍ର କହିଥିଲେ କି, ୧୨ ବର୍ଷରେ ଥରେ ଏଠାରେ ବିଜୁଳି ବା ବ୍ରଜପାତ ହେବ। ଇନ୍ଦ୍ରଙ୍କଠାରୁ ଏହା ଶୁଣିବା ପରେ ଭଗବାନ ଶଙ୍କର କହିଥିଲେ, ବିଜୁଳି ପଡୁ କୌଣସି ଆପତ୍ତି ନାହିଁ, ହେଲେ କାହାର ଯେମିତି କୌଣସି କ୍ଷତି ନ ହୁଏ। ତେଣୁ ଭଗବାନ ତାଙ୍କ ଭକ୍ତମାନଙ୍କୁ ସୁରକ୍ଷା ଦେବା ପାଇଁ ସମସ୍ତ ଅଘଟଣ ନିଜ ମୁଣ୍ଡକୁ ନେଇଯାନ୍ତି। ସେହିଦିନ ଠାରୁ ପ୍ରତି ୧୨ ବର୍ଷରେ ଥରେ ଏହି ମନ୍ଦିରରେ ବଜ୍ରପାତ ହୋଇଆସୁଛି। କିନ୍ତୁ ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ ଏହାର ରହସ୍ୟ ଏପର୍ଯ୍ୟନ୍ତ ଜାଣିପାରୁନାହାନ୍ତି।