Below header

ଗୋଟିଏ କିଲୋ ମାଛର ଦାମ୍ ୩୧ ହଜାର ଟଙ୍କା, କେଉଁଠି ଜାଣିଛନ୍ତି

ପ୍ରାୟ ୫୫ଲକ୍ଷରୁ ଅଧିକ ଟଙ୍କାରେ ବିକ୍ରି ହେଲା ୯ଟି ମାଛ । ଓଡିଶା-ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତୀ ଦୀଘା ଅଞ୍ଚଳ ସମୁଦ୍ରରୁ ଧରାପଡିଥିବା ତେଲିଆ ମାଛ ଲକ୍ଷାଧିକ ଟଙ୍କାରେ ବିକ୍ରି ହୋଇଛି ।

ଜଳେଶ୍ବର(କେନ୍ୟୁଜ୍):  ଦାମିକିଆ ମାଛ । ଗୋଟିଏ କିଲୋ ମାଛର ଦାମ୍ ୩୧ ହଜାର ଟଙ୍କା । ପ୍ରାୟ ୫୫ଲକ୍ଷରୁ ଅଧିକ ଟଙ୍କାରେ ବିକ୍ରି ହେଲା ୯ଟି ମାଛ । ଓଡିଶା-ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତୀ ଦୀଘା ଅଞ୍ଚଳ ସମୁଦ୍ରରୁ ଧରାପଡିଥିବା ତେଲିଆ ମାଛ ଲକ୍ଷାଧିକ ଟଙ୍କାରେ ବିକ୍ରି ହୋଇଛି । ଧାମରା ଅଞ୍ଚଳର ଜଣେ ମତ୍ସ୍ୟଜୀବୀ ଏସବୁ ମାଛକୁ ଧରିଥିଲେ ।

ଗୋଟିଏ ଗୋଟିଏ ମାଛର ଓଜନ ୨୦ରୁ ୨୫ କିଲୋ । ସ୍ଥାନୀୟ ଅଞ୍ଚଳରେ ଏହି ମାଛକୁ ତେଲିଆ ଭୋଲା ମାଛ ବୋଲି କୁହାଯାଉଛି । ଏହି ମାଛ ବିଭିନ୍ନ ଜଟିଳ ରୋଗର ଔଷଧ ପ୍ରସ୍ତୁତିରେ ବ୍ୟବହାର ହେଉଥିବା ସୂଚନା ମିଳିଛି । ମାଛକୁ ଦେଖିବା ପାଇଁ ଦୀଘା ମାର୍କେଟରେ ଲୋକଙ୍କ ଭିଡ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.