Below header

ଭୁବନେଶ୍ବର: ନିବାରଣ ପାଣିଙ୍କ ଘରକୁ ଲୁଟ୍ ହୋଇଥିବା ୨ କୋଟି ଟଙ୍କା କୁଆଡୁ ଆସିଥିଲା ? ତଦନ୍ତ ଭିତରେ ପ୍ରଶ୍ନବାଚୀ ଉପରୁ ଧୀରେ ଧୀରେ ପରଦା ହଟୁଛି

ନିବାରଣ ପାଣି ଜଣେ ଅବସରପ୍ରାପ୍ତ ଅଧିକାରୀ । ତାଙ୍କ ସମ୍ପର୍କୀୟ ସ୍ପେଶାଲ କ୍ଲାସ ମାଇନିଂ ଠିକାଦାର ବୋଲି ଜଣାପଡିଛି। ଯୋଡ଼ା ଓ ବଡ଼ବିଲରେ କାମ କରନ୍ତି। ଦୁଇ କୋଟି ଟଙ୍କା ଆୟକର ଫାଙ୍କିବାକୁ ନିବାରଣଙ୍କ ଘରେ ଲୁଚାଇ ଥିଲେ। ଟଙ୍କା ସମ୍ପର୍କରେ ଜାଣିଥିଲା ମୁଥ୍ୟ ଷଡ଼ଯନ୍ତ୍ରକାରୀ ଡ୍ରାଇଭର ବାଦଲ ।

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ବର ନନ୍ଦନବିହାରରେ ନିବାରଣ ପାଣିଙ୍କ ଘରକୁ ଲୁଟ୍ ହୋଇଥିବା ୨ କୋଟି ଟଙ୍କା କୁଆଡୁ ଆସିଥିଲା ? କାହିଁକି ଏତେ ଟଙ୍କା ଘରେ ରଖିଥିଲେ । ତଦନ୍ତ ଭିତରେ ପ୍ରଶ୍ନବାଚୀ ଉପରୁ ଧୀରେ ଧୀରେ ପରଦା ହଟୁଛି । ନିବାରଣ ପାଣି ଜଣେ ଅବସରପ୍ରାପ୍ତ ଅଧିକାରୀ । ତାଙ୍କ ସମ୍ପର୍କୀୟ ସ୍ପେଶାଲ କ୍ଲାସ ମାଇନିଂ ଠିକାଦାର ବୋଲି ଜଣାପଡିଛି। ଯୋଡ଼ା ଓ ବଡ଼ବିଲରେ କାମ କରନ୍ତି। ଦୁଇ କୋଟି ଟଙ୍କା ଆୟକର ଫାଙ୍କିବାକୁ ନିବାରଣଙ୍କ ଘରେ ଲୁଚାଇ ଥିଲେ।

ଟଙ୍କା ସମ୍ପର୍କରେ ଜାଣିଥିଲା ମୁଥ୍ୟ ଷଡ଼ଯନ୍ତ୍ରକାରୀ ଡ୍ରାଇଭର ବାଦଲ । ସେ ନିବାରଣଙ୍କ ପାଖରେ ପ୍ରଥମେ କାମ କରୁଥିଲା । ପରେ ତାଙ୍କ ସମ୍ପର୍କୀୟଙ୍କ ଡ୍ରାଇଭର ଥିଲା । ନିବାରଣଙ୍କ ଘରେ ଦୁଇ କୋଟି ଟଙ୍କା ଥିବା ଜାଣିବା ପରେ ଲୁଟ୍ ଚକ୍ରବ୍ୟୂହ ରଚିଥିଲା ବାଦଲ । ରେଙ୍ଗାଲି ଅଞ୍ଚଳର ସନାତନକୁ ଜଣାଇଥିଲା । ଏହାପରେ ଅନ୍ୟ ଅପରାଧୀଙ୍କୁ ଯୋଗାଯୋଗ କରିଥିଲା ସନାତନ । ଏହାପରେ ପ୍ଲାନ୍ ଅନୁସାରେ ଲୁଟ୍ କରିଥିଲେ ଦୁଇ କୋଟି ଟଙ୍କା ।

ଲୁଟ ଟଙ୍କାରେ ଅୟସ କରୁଥିଲେ ଅଭିଯୁକ୍ତ । ରେଙ୍ଗାଲିରେ ସନାର ଗ୍ୟାରେଜରେ ଟଙ୍କା ଭାଗ ବଣ୍ଟା କରିଥିଲେ। ସନା ସହ ଆଉ ୩ ଅଭିଯୁକ୍ତ ବାଦଲ, କାଳିଆ ଓ ହେମନ୍ତ ନେଇଥିଲେ ୩୫ ଲକ୍ଷ ଟଙ୍କା । ଲୁଟ ଟଙ୍କାରେ କୋଲକୋତାର ସୋନାର ବାଙ୍ଗଲା ପଞ୍ଚ ତାରକା ହୋଟେଲରେ ଅୟସ କରିଥିଲା ସନା । ସେହିପରି ମୁଖ୍ୟ ଷଡ଼ଯନ୍ତ୍ରକାରୀ ବାଦଲ ପ୍ରେମିକାକୁ ନେଇ ବୁଲିବାକୁ ଯାଇଥିଲା ବେଙ୍ଗାଳୁରୁ । ପରେ ସେ ଜାଗା ବଦଳାଇଥିଲା । ଘଟଣାସ୍ଥଳରୁ ପାଇଥିବା ସିମରୁ ଗୁମର ଫିଟାଇଥିଲା ସ୍ପେଶାଲ ସ୍କ୍ୱାଡ୍ । ଟଙ୍କାକୁ ନେଇ ମାଟି ତଳେ ଓ ଖଟ ତଳେ ଲୁଚାଇ ରଖିଥିଲେ। ବାଦଲକୁ ଧରିବା ପାଇଁ ସ୍ପେଶାଲ୍ ସ୍କ୍ୱାଡର ଦୁଇଟି ଟିମ ରାଜ୍ୟ ବାହାରେ ଡେରା ପକାଇଛନ୍ତି ।

୨ କୋଟି ଟଙ୍କା ଲୁଟ୍ ଘଟଣାରେ ୮ ଜଣ ଗିରଫ ହୋଇଛନ୍ତି । ଲୁଟ ପରେ ନିବାରଣ ପାଣି ଏତଲାରେ ୩ଲକ୍ଷ ଟଙ୍କା ଲୁଟ ହୋଇଥିବା ଉଲ୍ଲେଖ କରିଥିଲେ। କାହିଁକି ୨ କୋଟି ବଦଳରେ ୩ଲକ୍ଷ ଦର୍ଶାଇଥିଲେ ? ପରେ FIR ବଦଳାଇଥିଲେ କି ? ପୋଲିସର ପ୍ରେସ ରିଲିଜରେ ଦୁଇ କୋଟି ଉଲ୍ଲେଖ ରହିଛି। ଆୟକର ଫାଙ୍କିବାକୁ ହୋଇଥିଲା କି ଯୋଜନା ? ଆଗକୁ ଆୟକର ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଖୋଳତାଡ କରିବେ ବୋଲି ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.