ବସନ୍ତ ଋତୁର ଦୃଶ୍ୟ ଖୁବ ନିଆରା, ପଳାଶ ଫୁଲର ରଙ୍ଗରେ ରଙ୍ଗାୟିତ ଧରଣୀ ରାଣୀ

ବଣ ଜଙ୍ଗଲ ଘେରା କୋରାପୁଟ ଜିଲ୍ଲା ସୌନ୍ଦର୍ଯ୍ୟର ଗନ୍ତା ଘର ଏବଂ ପ୍ରକୃତିର ବରଦାନ ସଦୃଶ । ବର୍ଷକ ଯାକର ୬ଟି ଋତୁରେ ପ୍ରକୃତିର ଆଶୀର୍ବାଦରୁ ସବୁ ସମୟରେ କିଛି ନା କିଛି ମନଲୋଭା ଦୃଶ୍ୟ ଦେଖିବାକୁ ମିଳେ ସେ ଗାଁ ହେଉ କି ଜଙ୍ଗଲ ହେଉ ।

ବଣ ଜଙ୍ଗଲ ଘେରା କୋରାପୁଟ ଜିଲ୍ଲା ସୌନ୍ଦର୍ଯ୍ୟର ଗନ୍ତା ଘର ଏବଂ ପ୍ରକୃତିର ବରଦାନ ସଦୃଶ । ବର୍ଷକ ଯାକର ୬ଟି ଋତୁରେ ପ୍ରକୃତିର ଆଶୀର୍ବାଦରୁ ସବୁ ସମୟରେ କିଛି ନା କିଛି ମନଲୋଭା ଦୃଶ୍ୟ ଦେଖିବାକୁ ମିଳେ ସେ ଗାଁ ହେଉ କି ଜଙ୍ଗଲ ହେଉ । ଗୋଟିଏ ପଟେ ବସନ୍ତ ଋତୁକୁ ସ୍ୱାଗତ ଜଣାଇବା ପାଇଁ ସଜେଇ ହୋଇ ଜଗି ରହିଥିଲା ଆମ୍ବ ବଉଳ ରାଣୀ ଯେଉଁ ଆଡେ ଦେଖିବେ ଆମ୍ବ ଗଛରେ ପେନ୍ଥା ପେନ୍ଥା ହୋଇ ଝୁଲୁଥାଏ ବଉଳ ଫୁଲ । ଏବେ ଧୀରେ ଧୀରେ ବଉଳ ମଉଳି ଗଲା ସତ କିନ୍ତୁ ଅନେକ ପ୍ରକାର ଫୁଲକୁ ସ୍ୱାଗତ କରିବା ପାଇଁ ଅନେଇ ବସିଥିଲା ।

ଚୈତ୍ର ମାସର ଡହ ଡହ ଖରାରେ ବସନ୍ତର ମୃଦୁ ମଳୟରେ ସତେ ଯେପରି କୋଇଲିର କୁହୁ କୁହୁ ସ୍ୱରରେ ନାଚି ଉଠୁଛନ୍ତି ଅନେକ ପ୍ରକାର ଫୁଲ । କବି ହେଉ କି ଚିତ୍ରକର ହେଉ ଏହି ଋତୁକୁ ସବୁ ଅନେଇ ବସି ରହନ୍ତି । କବି ଫୁଲକୁ ଦେଖି ଅନେକ କବିତା ଲେଖି ଡାଏରିରେ ସାଇତି ରଖିବା ବେଳେ ଚିତ୍ରକର ତା’ର ତୂଳୀରେ ଚିତ୍ର ଆଙ୍କି କାନ୍ଭାସରେ ସାଇତି ରଖେ । ସେଥି ମଧ୍ୟରେ ମଧୁମାଳତି, ରାଧାଚୁଡ଼ା ହେଉ କି ବ୍ରିଷ୍ଣୁ ଚୁଡ଼ାଭଳି ବିଭିନ୍ନ ପ୍ରକାରର ସୁନ୍ଦର ସୁନ୍ଦର ଫୁଲ । ଏହି ଫୁଲମାନଙ୍କ ମଧ୍ୟରୁ ଅନ୍ୟତମ ଫୁଲ ହେଉଛି ପଳାଶ ଫୁଲ ।

ଏହାର ରଙ୍ଗ ନାରଙ୍ଗୀ ହୋଇଥାଏ । ଏହା ସାଧାରଣତଃ ଜଙ୍ଗଲ ମଧ୍ୟରେ ଦେଖା ଯାଇଥାଏ । ଏହି ଫୁଲ ବସନ୍ତ ରୁତୁର ମଧ୍ୟ ଭାଗରେ ଓ ଚୈତ୍ର ମାସରେ ଆରମ୍ଭରେ ଫୁଟିଥାଏ । ଏହି ଫୁଲ ଚୈତ୍ର ମାସ ଆଗମନର ସୂଚନା ଦେଇଥାଏ । ପଳାଶ ଫୁଲକୁ ନେଇ ପୁରାଣରେ ଅନେକ ଗୁଡ଼ିଏ କିମ୍ବଦନ୍ତୀ ମଧ୍ୟ ରହିଛି । ସେଥି ମଧ୍ୟରୁ ଏହି ଫୁଲ କୌଣସି ଭୁଲ୍ ନକରି ଦଣ୍ଡ ପାଇ ଥିବାରୁ ପ୍ରଭୁ ଶିବ ଶଙ୍କରଙ୍କୁ ପ୍ରଶ୍ନ କରି ଗୁହାରି ହୋଇଥିଲେ ଏଣୁ ଭଗବାନ ଶିବ ଆଶୀର୍ବାଦ କରି କହିଥିଲେ କି, ତୁ ମୋର ସବୁଠାରୁ ପ୍ରିୟ ଫୁଲ ହେବୁ ।

ସେହି ଦିନ ଠାରୁ ପଳାଶ ଫୁଲ ଭଗବାନଙ୍କ ପ୍ରିୟ ହୋଇ ରହିଛି । ପଳାଶ ଫୁଲ ଏକ ବାସହୀନ ଫୁଲ । ଶିବରାତ୍ରି ସମୟରେରେ ଏହି ଫୁଲ ଫୁଟୁଥିବାରୁ ଭକ୍ତମାନେ ବହୁ ଶ୍ରଦ୍ଧାରେ ଏହି ଫୁଲ ପ୍ରଭୁ ଶିବଙ୍କୁ ଅର୍ପଣ କରନ୍ତି । ଏହି ଫୁଲ ଚୈତ୍ର ମାସରେ ଫୁଟୁଥିବାରୁ ଦେବୀମାନଙ୍କୁ ମଧ୍ୟ ଅର୍ପଣ କରାଯାଇଥାଏ । ସତରେ କୋରାପୁଟ ଜିଲ୍ଲା ବସନ୍ତ ଋତୁର ଦୃଶ୍ୟ ଖୁବ ନିଆରା । ଅନେକ ପ୍ରକାର ଜଙ୍ଗଲୀ ଫୁଲ ପ୍ରକୃତିର ଶୋଭା ବଢ଼ାଇଆନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.