Below header

ପ୍ଲସ୍ ଟୁ ଆଡମିଟ କାର୍ଡ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏସ୍ଓପି ଜାରି, ଏମିତି କରିବେ ଡାଉନଲୋଡ

ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜାରି ହୋଇଛି ଏସ୍ଓପି । ଯୁକ୍ତ ଦୁଇ ପ୍ରାକ୍ଟିକାଲ ରେକର୍ଡ ସଂଗ୍ରହ ଓ ଆଡମିଟ କାର୍ଡ ପ୍ରଦାନ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜାରି ହୋଇଛି ଏସ୍ଓପି । ଆସନ୍ତା ୨୫ ତାରିଖରୁ SAMS ୱେବସାଇଟରୁ ଛାତ୍ରଛାତ୍ରୀମାନେ ଆଡମିଟ୍ କାର୍ଡ ଡାଉନ୍‌ଲୋଡ କରିପାରିବେ । ଯଦି କରିନପାରିବେ, ନିଜ ନିଜ କଲେଜରୁ ସଂଗ୍ରହ କରିବେ । ଏହି ସମୟରେ ଏସ୍ଓପି ମାନିବାକୁ ପଡ଼ିବ।

ସାମ୍ସ ୱେବସାଇଟ୍‌ରୁ ଆଡମିଟ କାର୍ଡ ଡାଉନ୍‌ଲୋଡ କରିବା ପାଇଁ ପରାମର୍ଶ ଦିଆଯାଇଛି । ପ୍ରାକ୍ଟିକାଲ ରେକର୍ଡ ବା ପ୍ରୋଜେକ୍ଟ ରେକର୍ଡ ଦାଖଲ ବେଳେ ମଧ୍ୟ ଏସ୍ଓପି ମାନି କଲେଜ ଯିବେ ଛାତ୍ରଛାତ୍ରୀ  ।

ନିଜେ ନ ଯାଇ ପାରିଲେ ନିଜର ଆଇକାର୍ଡ ସହ ଅନ୍ୟ ଦ୍ୱାରା ପଠାଇ ପାରିବେ । ଆଡମିଟ୍ କାର୍ଡ ସଂଗ୍ରହ ଓ ପ୍ରାକ୍ଟିକାଲ ରେକର୍ଡ ଦାଖଲ ବେଳେ କୋଭିଡ ନିୟମ ମାନିବା ଜରୁରୀ ବୋଲି CHSE ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.