Below header

ସୁନା ଦରରେ ଆଜି ଗୋଟିଏ ଟଙ୍କା ବୃଦ୍ଧି ହୋଇଛି

ଭୁବନେଶ୍ୱର : ତେଲ ଦର ଭଳି ଆଜି ରାଜ୍ୟରେ ସୁନାର ମୂଲ୍ୟରେ ମଧ୍ୟ ବିଶେଷ ପରିବର୍ତ୍ତନ ଦେଖିବାକୁ ମିଳି ନାହିଁ । ଏହି ଲକ୍‌ଡାଉନ୍‌ରେ ଦୋକାନ ଖୋଲି ନଥିବା ବେଳେ ଲୋକଙ୍କ ସୁନା ଅଳଙ୍କାର କିଣିବା ମଧ୍ୟ ବନ୍ଦ ହୋଇଯାଇଛି କହିଲେ ଭୁଲ ହେବ ନାହିଁ । ତଥାପି ଆସନ୍ତୁ ଜାଣିବା ଆଜି ରାଜ୍ୟରେ କଣ ରହିଛି ଏହାର ଦର ।

ଆଜିର ସୂଚନା ଅନୁସାରେ ଉଭୟ ଚବିଶି କ୍ୟାରେଟ୍‌ ଓ ବାଇଶି କ୍ୟାରେଟ୍‌ ସୁନାର ୧୦ ଗ୍ରାମ ମୂଲ୍ୟରେ ୧ ଟଙ୍କା ବୃଦ୍ଧି ଘଟିଛି । ଚବିଶି କ୍ୟାରେଟ୍‌ ସୁନାର ମୂଲ୍ୟ ଗତକାଲି ୪ ହଜାର ୮୧୧ ଟଙ୍କା ଥିବା ବେଳେ ଆଜି ଏହାର ଦାମ ୪ ହଜାର ୮୧୨ ଟଙ୍କା ହୋଇଛି ।

ସେହିପରି ବାଇଶି କ୍ୟାରେଟ୍‌ ସୁନାର ମୂଲ୍ୟ ଦଶ ଗ୍ରାମକୁ ୪ ହଜାର ୪୧୧ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଥିଲା ୪ ହଜାର ୪୧୦ ଟଙ୍କା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.