ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ରଚିଛି ବାତ୍ୟା ଅମ୍ଫନ, ନିମାପଡ଼ା ବିଦ୍ୟୁତ ଡିଭିଜନରେ ୧୧କେଭି ଏଲଟି ଲାଇନ କ୍ଷତିଗ୍ରସ୍ତ

ପୁରୀ : ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ରଚିଛି ବାତ୍ୟା ଅମ୍ଫନ। ଗୋପ, କୋଣାର୍କ, କାକଟପୁର ଓ ଅସ୍ତରଙ୍ଗ ବ୍ଲକ ବିଶେଷ ପ୍ରଭାବିତ ହୋଇଛି। ଜିଲ୍ଲାର ୧୨ଶହ ଜଣଙ୍କୁ ୩୬୬ଟି ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଥିଲା। ୨୭ଜଣ ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତର କରାଯାଇଥିଲା।

amphan affectedଜିଲ୍ଲାର ବିଭିନ୍ନ ସ୍ଥାନରେ ଉପୁଡି ପଡ଼ିଥିବା ଗଛକୁ ଉଠାଉନିଆଯାଇଛି। ନିମାପଡ଼ା ବିଦ୍ୟୁତ ଡିଭିଜନରେ ୧୧କେଭି ଏଲଟି ଲାଇନ କ୍ଷତିଗ୍ରସ୍ତ ହୋଇଛି। ଜିଲ୍ଲାରେ ୭ଶହ ହେକ୍ଟର ଖରିଫ, ୧୮୦ ହେକ୍ଟର ଉଦ୍ୟାନ କୃଷି ଓ ୮୦ ହେକ୍ଟର ଅଣ ଖରିଫ ଚାଷ କ୍ଷତିଗ୍ରସ୍ତ ହୋଇଛି । ଏନେଇ ଜିଲ୍ଲାପାଳ ବଲୱନ୍ତ ସିଂହ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.