ଚାନ୍ଦିପୁରରୁ ସଫଳ ଉତକ୍ଷେପଣ ହେଲା MRSAM, ଭାରତୀୟ ସେନାର ବ୍ୟବହାର ପାଇଁ ଏହି କ୍ଷେପଣାସ୍ତ୍ର ନିର୍ମାଣ

ବାଲେଶ୍ବର (କେନ୍ୟୁଜ): ଚାନ୍ଦିପୁରରୁ MRSAMର ସଫଳ ଉତ୍‌କ୍ଷେପଣ। ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟ ଭେଦ କରିପାରୁଥିବା ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର MRSAMର ପରୀକ୍ଷଣ କରାଯାଇଛି। ଭାରତୀୟ ସେନାର ବ୍ୟବହାର ପାଇଁ ଏହି କ୍ଷେପଣାସ୍ତ୍ର ନିର୍ମାଣ କରାଯାଇଛି। ଏହାର ଲକ୍ଷ୍ୟଭେଦ କ୍ଷମତା ୭୦ କିଲୋମିଟର ପର୍ଯ୍ୟନ୍ତ ରହିଛି । ଏହା ୬୦ କିଲୋଗ୍ରାମ ପର୍ଯ୍ୟନ୍ତ ଆଣବିକ ଯୁଦ୍ଧାସ୍ତ୍ର ବହନ କରାଯାଇପାରିବ।

MRSAMର ଓଜନ ୨୭୫ କିଲୋଗ୍ରାମ, ଲମ୍ବ ୪.୫ ମିଟର ଓ ମୋଟେଇ ରହିଛି ୦.୨୨୫ ମିଟର। କ୍ଷେପଣାସ୍ତ୍ରର ସେନା ସଂସ୍କରଣ ପରୀକ୍ଷଣରେ DRDOର ସଫଳତା। ତିନି ଦିନରେ ଚତୁର୍ଥ ଥର ପାଇଁ ପରୀକ୍ଷା କରାଯାଇଛି। ଏହି ପରୀକ୍ଷା ପାଇଁ ୭ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.