ଶ୍ରୀଲଙ୍କାରେ ହାହାକାର ସ୍ଥିତି: ହସ୍ପିଟାଲରେ କଲବଲ ହେଉଥିବା ରୋଗୀଙ୍କୁ ସାହାଯ୍ୟର ହାତ ବଢ଼ାଇଲା ଭାରତ

ଶ୍ରୀଲଙ୍କାରେ ଭୟଙ୍କର ଆର୍ଥିକ ସଙ୍କଟ। ସ୍ଥିତି ଏମିତି ହୋଇଛି ଯେ ଲୋକଙ୍କୁ ଚିକିତ୍ସା ବି ମିଳିପାରୁନି। ଶ୍ରୀଲଙ୍କାର ଏଭଳି ସମୟରେ ସହାୟତାର ହାତ ବଢ଼ାଇଛି ପଡ଼ୋଶୀ ଭାରତ। ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଆଜି ଶ୍ରୀଲଙ୍କାରେ ଭାରତୀୟ ଉଚ୍ଚାୟୁକ୍ତଙ୍କ କଥା ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ରୋଗୀଙ୍କ ସହାୟତା ପାଇଁ ଆଲୋଚନା କରିଛନ୍ତି। ଏଠାରେ ଏକ ହସ୍ପିଟାଲରେ ମେଡିସନ୍‌ ଅଭାବରୁ ରୋଗୀଙ୍କ ସର୍ଜରୀ ବନ୍ଦ କରାଯାଇଥିଲା। ଯାହା ଜାଣିବା ପରେ ଭାରତ ସାହାଯ୍ୟ କରିବାକୁ ହାତ ବଢ଼ାଇଛି। ଏସ୍‌ ଜୟଶଙ୍କର କହିଛନ୍ତି, ଶ୍ରୀଲଙ୍କାର ଦୟନୀୟ ଆର୍ଥିକ ସ୍ଥିତି ମଧ୍ୟରେ ସେ ସେଠାକାର ଜଣେ ସାମ୍ବାଦିକଙ୍କ ଟ୍ଵିଟ୍‌ ପଢ଼ିଥିଲେ, ଯାହା ତାଙ୍କୁ ବ୍ୟଥିତ କରିଛି। ଏଣୁ ସେ ସହାୟତାର ହାତ ବଢ଼ାଇଛନ୍ତି।

ଶ୍ରୀଲଙ୍କାର ସାମ୍ବାଦିକ ଅୟୁବୋବନ#EconomicCrisisLK ସହ ଟ୍ଵିଟ୍‌ କରି ଲେଖିଥିଲେ- ମେଡିସିନ୍‌ ଅଭାବରୁ ପେରାଡେନିୟା ହସ୍ପିଟାଲରେ ଏକ ସର୍ଜରୀକୁ ରୋକି ଦିଆଯାଇଛି। ଏଠାରେ ଏବେ କେବଳ ଜରୁରୀକାଳୀନ ଅପରେସନ୍‌ ହେଉଛି।

ସାମ୍ବାଦିକଙ୍କ ଏହି ଟ୍ଵିଟ୍‌ ସହ #NeighbourhoodFirst ଲେଖି ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଲେଖିଛନ୍ତି- ଏହି ଖବର ଶୁଣି ଖୁବ୍‌ ବ୍ୟଥିତ। ମୁଁ ଉଚ୍ଚାୟୁକ୍ତଙ୍କୁ ଏହି ମାମଲା ବୁଝିବାକୁ କହୁଛି। ଭାରତ ଏଥିପାଇଁ କେମିତି ସାହାଯ୍ୟ କରିପାରିବ ସେ ନେଇ ମୁଁ ଗୁରୁତ୍ୱ ଦେଉଛି।

ସୂଚନାଯୋଗ୍ୟ ଯେ ଏବେ ଶ୍ରୀଲଙ୍କାରେ ଭୟଙ୍କର ଆର୍ଥିକ ସଙ୍କଟ ଦେଖାଦେଇଛି। ୨୦୨୦ ପରଠାରୁ ଶ୍ରୀଲଙ୍କାର ବୈଦେଶିକ ମୁଦ୍ରା ଭଣ୍ଡାର ୭୦ ପ୍ରତିଶତ ହ୍ରାସ ପାଇଛି। ଫଳରେ ଦେଶରେ ଖାଦ୍ୟ ଓ ଇନ୍ଧନର ଆବଶ୍ୟକତା ପୂରଣ ହୋଇପାରୁନି। ସ୍ଥିତି ଏମିତି ହୋଇଛି ଯେ ଶ୍ରୀଲଙ୍କାର ଲୋକମାନେ ଏବେ ଦେଶ ଛାଡ଼ି ଯିବା ଆରମ୍ଭ କଲେଣି। ଶ୍ରୀଲଙ୍କାର ଏଭଳି ବିପଦପୂର୍ଣ୍ଣ ସ୍ଥିତିରେ ଭାରତ ୧ ବିଲିୟନ୍‌ ଡଲାର ଋଣ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛି।

Also Read: ଲିଏଣ୍ଡର ପେସ୍‌ ଓ କିମ୍‌ ଶର୍ମା ପାଳିଲେ ଡେଟ୍‌ ଆନିଭର୍ସରୀ, ବିକିନି ପିନ୍ଧି ଟେନିସ୍‌ ଷ୍ଟାରଙ୍କ ସହ ଦେଲେ ରୋମାଣ୍ଟିକ୍‌ ପୋଜ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.