ପଦ୍ମପୁର ଜନାଦେଶ ପୂର୍ବରୁ ନବୀନ ନିବାସରେ ନିର୍ବାଚନ ଫଳାଫଳକୁ ନେଇ ସମୀକ୍ଷା କଲେ ସୁପ୍ରିମୋ

ଭୁବନେଶ୍ୱର (କେନ୍ୟୁଜ): ପଦ୍ମପୁର ଜନାଦେଶ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ଅଙ୍କକଷା ଆରମ୍ଭ କରିଛନ୍ତି । ଆଜି ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଲୋଚନା ହୋଇଛି । ପଦ୍ମପୁର ଉପନିର୍ବାଚନ ଦାୟିତ୍ୱରେ ଥିବା ନେତାଙ୍କଠାରୁ ଫିଡବ୍ୟାକ୍‌ ନିଆଯାଉଛି । ଦଳ ଦମ୍ଭୋକ୍ତି ଦେଖାଇଛି, ବିପୁଳ ଭୋଟରେ ଜିତିବେ ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା । ତିନିଟି ବ୍ଲକ ପଦ୍ମପୁର, ପାଇକମାଳ ଓ ଝାରବନ୍ଧରେ ଦଳ ଲିଡ୍‌ କରିବ । ବିଜୟ ପରେ ଦାୟିତ୍ୱରେ ଥିବା ନେତା ପଦ୍ମପୁର ଯାଇ ଲୋକଙ୍କୁ ଧନ୍ୟବାଦ ଦେବେ ।

ଲୋକଙ୍କର କଣ ସମସ୍ୟା ରହିଛି ସେସମ୍ପର୍କରେ ରିପୋର୍ଟ ଦେବାକୁ ନେତାଙ୍କୁ କୁହାଯାଇଛି । ବିଜେଡି ସୁପ୍ରିମୋଙ୍କ ସହ ଆଲୋଚନା ପରେ ଏହି ସୂଚନା ଦେଇଛନ୍ତି ବିଜେଡି ନେତା । ବୈଠକରେ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବରଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ସୁଧୀର ସାମଲ, ମନ୍ତ୍ରୀ ରୋହିତ ପୂଜାରୀ, ବିଜେଡି ନେତା ପୁଷ୍ପେନ୍ଦ୍ର ସିଂହଦେଓ ଓ ଅନ୍ୟ ବରିଷ୍ଠ ନେତା ଉପସ୍ଥିତ ଥିଲେ । ପଦ୍ମପୁରରେ ୮୦.୦୫ ପ୍ରତିଶତ ମତଦାନ ହୋଇଛି । ୨୦୧୯ ତୁଳନାରେ ଉପନିର୍ବାଚନରେ ପ୍ରାୟ ୨% ଅଧିକ ଭୋଟିଂ ହୋଇଛି। ଏହି ଭୋଟ୍‌ କାହା ପାଖକୁ ଯିବ ତାକୁ ନେଇ ଚର୍ଚ୍ଚା । ସେପଟେ ପଦ୍ମପୁରରେ ବିଜୟ ନେଇ ଆଶାବାଦୀ ଅଛି ବିଜେପି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.