ଗୁରେଇ ତୁରେଇ ୧୦ ପ୍ରଶ୍ନ ପଚାରିଲା ଭିଜିଲାନ୍ସ ଟିମ୍, ବେନାମୀ ସମ୍ପତ୍ତିକୁ ନେଇ ଚାଲିଛି ଯାଞ୍ଚ

କଟକ ଭିଜିଲାନ୍ସ ମୁଖ୍ୟାଳୟରେ କରାଯାଇଛି ଜେରା। ୫ ଦିନିଆ ରିମାଣ୍ଡରେ ଥିବା ପ୍ରଶାନ୍ତ ରାଉତଙ୍କୁ ଜେରା କରିଛନ୍ତି ଭିଜିଲାନ୍ସର ସ୍ୱତନ୍ତ୍ର ୪ ଜଣିଆ ଟିମ । ଭିଜିଲାନ୍ସ ସେଲ ଏସପିଙ୍କ ନେତୃତ୍ୱରେ ଗଠିତ ହୋଇଛି ଏହି ଟିମ ।

କେନ୍ୟୁଜ୍(ବ୍ୟୁରୋ):ନବରଙ୍ଗପୁରର ପୂର୍ବତନ ଅତିରିକ୍ତ ଉପ ଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କୁ ଜେରା । କଟକ ଭିଜିଲାନ୍ସ ମୁଖ୍ୟାଳୟରେ କରାଯାଇଛି ଜେରା। ୫ ଦିନିଆ ରିମାଣ୍ଡରେ ଥିବା ପ୍ରଶାନ୍ତ ରାଉତଙ୍କୁ ଜେରା କରିଛନ୍ତି ଭିଜିଲାନ୍ସର ସ୍ୱତନ୍ତ୍ର ୪ ଜଣିଆ ଟିମ । ଭିଜିଲାନ୍ସ ସେଲ ଏସପିଙ୍କ ନେତୃତ୍ୱରେ ଗଠିତ ହୋଇଛି ଏହି ଟିମ । ପ୍ରଶାନ୍ତ ରାଉତଙ୍କର ବେନାମୀ ସମ୍ପତ୍ତିକୁ ନେଇ ଯାଞ୍ଚ କରୁଛି ଭିଜିଲାନ୍ସ । ଏକାଧିକ ଲୋକଙ୍କ ନାମରେ ସେ କରିଛନ୍ତି ବେନାମୀ ସମ୍ପତ୍ତି । ସେଥିରୁ କିଛି ଠାବ କରିଛି ଭିଜିଲାନ୍ସ ।

ଏକାଧିକ ବ୍ୟାଙ୍କ ଆକାଉଣ୍ଟରେ ସେ ଜମା କରୁଥିଲେ ଟଙ୍କା । ସେ ନେଇ ଜେରା କରିଛି ଭିଜିଲାନ୍ସ । ଆଜି କୋଟିପତି ପୂର୍ବତନ ଅତିରିକ୍ତ ଉପ ଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କୁ ୧୦ ପ୍ରଶ୍ନ ପଚାରିଛନ୍ତି ଭିଜିଲାନ୍‌ସ ଅଧିକାରୀ । ନଗଦ ୩ କୋଟିରୁ ଅଧିକ ଟଙ୍କା ଆସିଲା କେଉଁଠୁ ? ଘରେ ଏତେ ଟଙ୍କା କ’ଣ ପାଇଁ ରଖିଥିଲେ? ନଗଦ ଟଙ୍କାକୁ କେଉଁଠି ଲଗାଇଥାନ୍ତେ? କାହାଠୁ ମୋଟା ଅଙ୍କର ଟଙ୍କା ଲାଞ୍ଚ ନେଇଛନ୍ତି ? କେତେ ବର୍ଷ ଭିତରେ ଏତେ ଟଙ୍କାର ସଂପତ୍ତି ଠୁଳ କରିଛନ୍ତି ? ଲାଞ୍ଚ କାରବାରରେ କେହି ମଧ୍ୟସ୍ଥି ଅଛନ୍ତି କି ? ତାଙ୍କୁ ଏସବୁ ପ୍ରଶ୍ନ ପଚାରିଛନ୍ତି ଭିଜିଲାନ୍‌ସ ଅଧିକାରୀ । ଗିରଫ ପରେ ପ୍ରଶାନ୍ତ ରାଉତଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.